ଆମ୍ବ ଗୋଟାଇବାକୁ ଯାଇଥିବାବେଳେ କଚାଡି ମାରିଦେଲା ହାତୀ : କ୍ଷତିପୂରଣ ଦାବିରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | May 20, 2019 IST

ଢେଙ୍କାନାଳ ୨୦/୫ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଣଦେଇ ଗାଁରେ ହାତୀ ଆତଙ୍କ । ଶୁଭ୍ରତୈଳାର ଆମ୍ବ ତୋଟାରେ ଜଣେ ବୃଦ୍ଧଙ୍କୁ ଦାନ୍ତ ହାତୀ କଚାଡି ଦେଇଛି । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଣଦେଇର ମଙ୍ଗରାଜ ପାତ୍ର । ସେ ଆଜି ସକାଳେ ଆମ୍ବ ଗୋଟାଇବାକୁ ଆମ୍ବ ତୋଟାକୁ ଯାଇଥିଲେ । ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଦାନ୍ତ ହାତୀ ହାବୁଡ଼ରେ ପଡିଯାଇଥିଲେ ମଙ୍ଗରାଜ ।


ମଙ୍ଗରାଜଙ୍କ ମୃତ୍ୟୁ ପରେ ସ୍ଥାନୀୟ ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ହାତୀକୁ ଘଉଡାଇବାକୁ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଢେଙ୍କାନାଳ ଓ ଅନୁଗୁଳ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.