ଏମିତି ପୁଅ କାହାକୁ ନମିଳୁ : ବୃଦ୍ଧ ଅସୁସ୍ଥ ବାପାଙ୍କୁ ପାଣିରେ ବୁଡିବାକୁ ଛାଡିଦେଲେ, ରକ୍ଷାକରିବାକୁ ଯାଇ ପୁଅ ସହ ଭଉଣୀ ଦୁଇଭାଇଙ୍କୁ ଠାରୁ ପାହାର ଖାଇଲେ
21/06/2020 at 3:37 PM

ସୋର ୨୧।୦୬ : ଆଜି ସମଗ୍ର ବିଶ୍ବ ପିତୃ ଦିବସ ପାଳନ କରୁଛି । କିଏ କେଉଁଠି ନିଜ ବାପାମାନଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଲେଖୁଛନ୍ତି ତ ଆଉ କିଏ ମୋବାଇଲେ ବାପାଙ୍କ ଫଟୋ ରଖି କିଛି ସ୍ମରଣୀୟ କଥାଟିଏ ଲେଖୁଛନ୍ତି । କିନ୍ତୁ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡା ଗ୍ରାମରେ । ପାଣି ନାଳରେ ପଡି ଯାଇଥିବା ଅସୁସ୍ଥ ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ଭାଇଙ୍କ ଅକ୍ରୋଶର ଶିକାର ହୋଇଛନ୍ତି ଭଉଣୀ ଓ ଭଣଜା ।
ସୂଚନାଯୋଗ୍ୟ ଯେ, କୁରୁଡା ଗ୍ରାମର ବାଞ୍ଛାନିଧି ବେହେରା (୮୩) ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ପୁଅ ମାନେ ବାପାକୁ ଘରୁ ବାହାର କରିଦେଇଥିଲେ । ବୃଦ୍ଧ ଜଣକ ବାହାରେ ମାଗିଯାଚି ଖାଉଥିଲେ । ଆଜି ଅସୁସ୍ଥ ବୃଦ୍ଧ ଜଣକ ନିଜ ଗ୍ରାମରେ ଥିବା ଏକ ପାଣି ନାଳରେ ପଡି ଯାଇଥିଲା । ବାପା ପଡିଥିବାର ଦେଖି ଝିଅ ବାସନ୍ତି ଏବଂ ନାତି ଆଶିଷ ତାଙ୍କୁ ପାଣି ନାଳରୁ ଉଦ୍ଧାର କରୁଥିବା ଉଦ୍ୟମ କରୁଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଦୁଇ ପୁଅ ଆସି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । କେବଳ ଏତିକି ନୁହେଁ ବାଡି, ଦାଆ ଏବଂ ସାବଳରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗ୍ରାମବାସୀ ଝିଅ ଏବଂ ନାତିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସୋର ଡାକ୍ତରଖାନାକୁ ପଠାଇଛନ୍ତି । ଏନେଇ ସୋର ଥାନାରେ ଅଭିଯୋଗ ହୋଇଛି ।