ବିଧାୟକଙ୍କ ଘରେ ମାଙ୍କଡର ଉନ୍ମତ୍ତ କାଣ୍ଡ- ଆକ୍ରମଣରେ ବୃଦ୍ଧ ଗୁରୁତର

Published By : Prameya-News7 Bureau | September 02, 2019 IST

ନୀଳଗିରି ୨।୯- ମାଙ୍କଡର ଉନ୍ମତ୍ତ କାଣ୍ଡ । ସେ ପୁଣି ବିଧାୟକଙ୍କ ଘରେ । ଏପରି ଏକ ଘଟଣା ନୀଳଗିରି ଅଞ୍ଚଳରେ ଘଟିଛି ।   ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବାସଭବନରେ ପଶି ଏକ ପାଗଳ ମାଙ୍କଡ଼ ଉନ୍ମତ୍ତ କାଣ୍ଡ କରିଛି। କାଂଶ ପଂଚାୟତ ଅଧିନ ସଂଗ୍ରାମପୁର ରେ ଥିବା ବାସଭବନରେ  ରାଧାକିଶୋରପୁର ଗ୍ରାମର ଅଭି ସିଂ କାମ କରୁଥିଲେ । ଏକ ପାଗଳ ମାଙ୍କଡ଼ ଗାଁରେ ଆତଙ୍କ ଚଳାଇବାପରେ ଅପରାହ୍ନ ୩ ଟା ସମୟରେ ଅଭିଙ୍କୁ ମାଙ୍କଡ଼ଟି ଅତର୍କିତ ଆକ୍ରମଣ କରିଥିଲା।ତାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ହସ୍ପିଟାଲକୁ ଅଣାଯାଇଛି।

{"id":152293}

ଅଭିଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି।ମାଙ୍କଡ଼ ଉପଦ୍ରବ ନେଇ ଗାଁରେ ଆତଙ୍କ ଖେଳିଯାଇଥିବାବେଳେ ବନବିଭାଗ ମାଙ୍କଡ଼ ଟି ଘଉଡାଇବାକୁ ଦାବି ହୋଇଛି।

{"id":152295}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.