ଦୁଇଟି ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 10, 2019 IST

କଳାହାଣ୍ଡି ୧୦|୮: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚୟତ ଆଇଲି ଗ୍ରାମର ପରଖିତ ରାଉତ ନାମକ ଜଣେ ବୃଦ୍ଧ ଭୋରରୁ ଶୌଚ ପାଇଁ ନଦୀକୁ ଯାଉଥିବା ସମୟରେ ପାଖ ଜଙ୍ଗଲରୁ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ତାଙ୍କ ମୁହଁରେ ଗଭୀର କ୍ଷତ ହୋଇଛି । ବୃଦ୍ଧଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଗତ କିଛିଦିନ ହେବ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଭାଲୁ ଆକ୍ରମଣରେ ଅନେକ ଆହତ    ହୋଇଥିବା ବେଳେ ଜଙ୍ଗଲ ବିଭାଗ ନିଦାବିଷ୍ଣୁ ସାଜିଛି । ଲୋକଙ୍କ ସୁରକ୍ଷା ପାଇଁ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.