ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି
5/01/2020 at 7:41 AM

କରଞ୍ଜିଆ ୫।୧: ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର ହୋଇଛନ୍ତି । ଯଶୀପୁର-ରାଇରଙ୍ଗପୁର ରୋଡ଼ ଜାମୁକେଶ୍ବର ଛକ ନିକଟରେ ଦୁର୍ଘଟଣା ହୋଇଛି । ଗୁରୁତର ବୃଦ୍ଧଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ଜାମୁକେଶ୍ବର ଗାଁର ପରମେଶ୍ବର ମହାନ୍ତ ।
ବୃଦ୍ଧ ଜଣଙ୍କ କୌଣସି କାମରେ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । । ଯଶୀପୁର-ରାଇରଙ୍ଗପୁର ରୋଡ଼ ଜାମୁକେଶ୍ବର ଛକ ନିକଟରେ ତାଙ୍କୁ ଗୁରୁତର ଅବସ୍ଥାରେ ପଡିଥିବାର ସ୍ଥାନୀୟଲୋକ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟଲୋକ ।
Related Posts
ଭଦ୍ରକ ବାର୍ ଆସୋସିଏସନ ପକ୍ଷରୁ ବାର୍ଷିକ ସମାରୋହ ପାଳିତ
28 February 2021
ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
28 February 2021