ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ : ବୃଦ୍ଧ ଆହତ, ଅଭିଯୁକ୍ତ ଗିରଫ
5/01/2021 at 12:03 PM

ଜଗତସିଂହପୁର ୫।୧: ଜଗତସିଂହପୁରରେ ଗୁଳିମାଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଗୁଳିମାଡ ହୋଇଛି । ଗୁଳିମାଡ ଫଳରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ବୃଦ୍ଧ ପଳାଷୋଳ ଅଞ୍ଚଳର ଅଶୋକ ବିଶ୍ବାଳ ବୋଲି ଜଣାପଡିଛି । ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ତେବେ ଗୁଳିମାଡ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି ବୋଲି ସୂଚନା ମିଳିଛି । ଅଭିଯୁକ୍ତ ନିକଟରୁ ବନ୍ଧୁକ ଜବତ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021