ପାରିବାରିକ କଳହର କରୁଣ ପରିଣତି, ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ବୃଦ୍ଧ !

Published By : Prameya-News7 Bureau | January 21, 2021 IST

ବେଗୁନିଆପଡା ୨୧।୧: ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଦିଗି ବନ୍ଧ ହୁଡା ନିକଟ ଏକ ଗଛରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବେଗୁନିଆପଡ଼ା ତନ୍ତୀ ସାହିର ଅଭି ମାଝୀ । ତାଙ୍କ ବୟସ ୫୦ ବର୍ଷ ।

ମୃତ ଅଭି ମାଝୀଙ୍କ ସ୍ତ୍ରୀ ଶିଶୁଳା ମାଝୀଙ୍କ କହିବା ଅନୁସାରେ ବୁଧବାର ଦିନ ୧୨ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତାପରେ ସେ ଘରୁ କେଉଁଆଡେ ଚାଲି ଯାଇଥିଲେ । ପରେ ସ୍ତ୍ରୀ ଚାରିଆଡ଼େ ଖୋଜାଖୋଜି କରୁଥିବା ବେଳେ ଦିଗି ବନ୍ଧଠାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ । ଘଟଣା ଜଣାପଡିବା ପରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.