Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୪ ଛୁଆର ମାଆକୁ ଧରି ଛୁ ମାରିଲା ୬୦ ବର୍ଷର ବୃଦ୍ଧ, ଗାଁକୁ ଫେରିବା ପରେ ଉତ୍ତମ ମଧ୍ୟମ ଦେଲେ ଲୋକେ

29/04/2021 at 11:25 AM

କେନ୍ଦୁଝର ୨୯/ ୦୪: ମହିଳାଙ୍କୁ ଧରି ଫେରାର ହୋଇଗଲା ବୃଦ୍ଧ । ଗାଁକୁ ପେରିଲା ପରେ କାଇଲା ଛେଚା । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ମଣ୍ଡୁଆ ମୁଣ୍ଡାସାହିରେ । ୧୫ ଦିନ ତଳେ ଗାଁର ଜଣେ ୪ ସନ୍ତାନର ମା’କୁ ଧରି ଜଣେ ୬୦ ବର୍ଷର ବୃଦ୍ଧ ଚମ୍ପଟ ମାରିଥିବାବେଳେ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଛେଚା ଖାଇଛନ୍ତି । ବୃଦ୍ଧ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ପରେ ବୃଦ୍ଧ ଜଣକ ତାଙ୍କୁ ନେଇ କେଉଁଆଡେ ଚାଲି ଯାଇଥିଲେ । କିଛିଦିନ ପରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମହିଳାଙ୍କ ସ୍ୱାମୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ବୃଦ୍ଧ ଜଣକ ଗାଁକୁ ଫେରିଥିବାବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ । ମହିଳାଙ୍କୁ କେଉଁଠି ରଖିଛୁ ବୋଲି ପଚାରି ଉତ୍ତମ ମଧ୍ୟମ ଦେଇଥିଲେ ।

ମହିଳାଙ୍କର ୪ଟି ଛୋଟ ଛୋଟ ଛୁଆ ଅଛନ୍ତି । ବାପା ଆରପାରିରେ । ମା’ ପରହାତ ଧରି ଚାଲିଯାଇଥିବାରୁ ଛୁଆମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।

   Related Posts