ପୋଲିସ ସହଯୋଗ କରୁନଥିବାରୁ ଏସ୍‌ପି କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | May 21, 2019 IST

କେନ୍ଦ୍ରାପଡା୨୧|୫: ପୋଲିସ ସହଯୋଗ କଲାନି ବୋଲି ଅଭିଯୋଗ କରି ବିଷ ଖାଇଥିବା ବୃଦ୍ଧଙ୍କର ମୃତ୍ୟୁ ଘଟିଛି | କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବିଭୂତିପଡା ଗାଁ ରେ ଏହି ଘଟଣା ନଜର କୁ ଆସିଛି |

{"id":114412}

ଏହି ଗାଁ ର ୬୫ ବର୍ଷ ବୟସ୍କ ବୃଦ୍ଧ ପରୀକ୍ଷିତ ବେହେରାଙ୍କ ର ତାଙ୍କ ପଡୋଶୀଙ୍କ ସହ ଦୀର୍ଘଦିନ ଧରି ଜମିବାଡି ଗଣ୍ଡଗୋଳ ଲଗି ରହିଥିଲା |  ପଡୋଶୀ ବାରମ୍ବାର ପରୀକ୍ଷିତଙ୍କୁ ମାଡ ମାରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ | ଏ ସମ୍ପର୍କରେ ପରୀକ୍ଷିତ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ ।

{"id":114414}

ହେଲେ କୌଣସି ଫଳ ମିଳିଲାନି | ଶେଷରେ ପରୀକ୍ଷିତ ପହଁଞ୍ଚିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ | ସେଠାରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲାନି | ସବୁ ଆଡୁ ନିରାଶ ହୋଇ ଶେଷରେ ପରୀକ୍ଷିତ ଗତ ମେ ମାସ ୧୫ତାରିଖରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଦାନାଦାର ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି |

{"id":114415}

ତେବେ ବିଷ ଖାଇବାପରେ ଗୁରୁତର ଅବସ୍ଥାରେ ପରୀକ୍ଷିତଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା | ସୋମବାର ସନ୍ଧ୍ୟାରେ ପରୀକ୍ଷିତଙ୍କର ମୃତ୍ୟୁ ହୋଇଯାଇଛି | ତେବେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.