ପ୍ରାର୍ଥନା କରିପାରିଲେ ନାହିଁ ; ଟ୍ରଲର ଧକ୍କାରେ ଗଲା ଜୀବନ

Published By : Prameya-News7 Bureau | June 17, 2018 IST

ସୁନ୍ଦରଗଡ଼ କୁତ୍ରା ଥାନା ତେଲିଘଣା ନିକଟରେ ମର୍ମନ୍ଦୁତା ଦୁର୍ଘଟଣା । ସୁନ୍ଦରଗଡ଼ ଆଡ଼ୁ ରାଉରକେଲା ଅଭିମୁଖେ ଯାଉଥତ୍ବା ମାଲ ବୋଝେଇ ଟ୍ରଲର ଭାରସାମ୍ୟ ହରାଇ ଡ଼ଭାଇଡ଼ର ଉପରେ ଛଢ଼ି ଜଣେ ୬୬ ବର୍ଷୀୟ ବୃଦ୍ଧାଙ୍କୁ ଧକ୍କା ଦେବାଫଳରେ ବୃଦ୍ଦାଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ମୃତ୍ୟୁ ବରଣ କରିଥିବା ବୃଦ୍ଧାଙ୍କ ନା ପ୍ଲାଷ୍ଟିକ ସୋରେନ । ଡିଭାଇଡର ଭାଙ୍ଗି ବୃଦ୍ଧାଙ୍କୁ ଧକ୍କାଦେବା ପରେ ଟ୍ରଲର ବିପରୀତ ଦିଗର ଆସୁଥିବା ଏକ ବୋଲେରୋକୁ ଧକ୍କା ଦେବା ଫଳରେ ବୋଲେରୋରେ ଥିବା ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ରାଉରକେଲା ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଟ୍ରଲର ଧକ୍କାରେ ମୃତ୍ୟୁ ବରଣ କରିଥିବା ପ୍ଲାଷ୍ଟିକ ସୋରେନ ଆଜି ରବିବାର ଥିବାରୁ ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.