ଟ୍ରେନ୍‌ରେ କଟି ବୃଦ୍ଧଙ୍କ ମୃତ୍ୟୁ, ମାନସିକ ଚାପରେ ଆସି ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | November 22, 2019 IST

ରାଇରଙ୍ଗପୁର ୨୨।୧୧: ରାଇରଙ୍ଗପୁରରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଇଚିଣ୍ଡାର ନରେଶ ମହାନ୍ତ । ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନଥିବା ବେଳେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି ।

{"id":187945,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ଟାଉନ ଥାନା ଇଚିଣ୍ଡା ଫାଟକ ନିକଟରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ  ହୋଇଛି । ମୃତ ବୃଦ୍ଧ ଜଣକ ହେଲେ ଇଚିଣ୍ଡାର ନରେଶ ମହାନ୍ତ  । ଆଜି ସକାଳ ୬ଟା ବେଳେ ଟାଟା - ବାଦାମପାହାଡ଼ ଟ୍ରେନ୍ ରାଇରଙ୍ଗପୁର ଷ୍ଟେସନ ଦେଇ ଯାଉଥିବା ବେଳେ ରାଇରଙ୍ଗପୁର ଷ୍ଟେସନ ପରବର୍ତୀ ଫାଟକ ନିକଟରେ ବୃଦ୍ଧ ଜଣଙ୍କ ଟ୍ରେନ୍ ରେ କଟିଯାଇଛନ୍ତି । ବୃଦ୍ଧଙ୍କ ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।

{"id":187946,"sizeSlug":"large"}

ବୃଦ୍ଧ ଜଣଙ୍କ ଅନେକ ଦିନରୁ ରୋଗାଗ୍ରସ୍ତ ହୋଇ ମାନସିକ ଚାପରେ ଟ୍ରେନ୍ ଆସିବା କ୍ଷଣି ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳକୁ କୌଣସି ଅଧିକାରୀ ଆସି ନଥିବା ବେଳେ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.