ଭୋଟ୍ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ

Published By : Prameya-News7 Bureau | April 18, 2019 IST

ସାନଖେମୁଣ୍ଡି ୧୮|୪: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକି ମିଳିଛି । ଭୋଟ୍ ଦେବା ପାଇଁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧ ଜଣଙ୍କ ସକାଳ ୭ଟା ବେଳେ କଂସାହାଣ୍ଡି ୧୮୩ ନଂ ବୁଥ୍ କୁ ଯାଇଥିଲେ । ବୁଥ୍ ରେ ଭିଡ ଥିବା ତାଙ୍କ ପୁଅ କହିଛନ୍ତି । ସେଠାରେ ଭୋଟ୍ ଦେବା ପାଇଁ ସେ ଛିଡା ହୋଇଥିବାବେଳେ ଖରାରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.