Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

11/05/2019 at 8:56 AM

ସୋର ୧୧|୫: ବାଲେଶ୍ବର ଜିଲ୍ଲା ସୋର ଥାନା ବାରିକପୁର ହାଟରେ ଜଣେ ଦୋକାନୀଙ୍କର ପୋଖରୀରେ ଗୋଡ ଖସିଯିବାରୁ ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତକ ମାଣିପୁର ଗ୍ରାମର ଦୟାନିଧି ସାହୁ । ଶୁକ୍ରବାର ଦିନ ସେ ଦ୍ବିପ୍ରହରରେ ହାଟ ନିକଟରେ ଥିବା ପୋଖରୀକୁ ଗୋଡ ହାତ ଧୋଇବାକୁ ଯାଇଥିବାବେଳେ ପୋଖରୀରେ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ଖବରପାଇ ସୋର ଦମକଳ ବାହିନୀ ଦୟାନିଧିକୁ ଉଦ୍ଧାର କରିବା ପରେ ତାଙ୍କ ମୃତଦେହକୁ ସୋର ଡାକ୍ତରଖାନାକୁ ନିଆଯାଇଛି। ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

   Related Posts