କେନ୍ଦ୍ରାପଡ଼ା ୩/୯: ପୂର୍ବ ଶତୃତାକୁ କେନ୍ଦ୍ର କରି ଗଣ୍ଡଗୋଳ ଯୋଗୁଁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।ଘଟଣାଟି ଘଟିଛି ପାଟକୁରା ଥାନା ଡାହାଳପୁରୁ ଗାଁରେ। ଏଠାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ରାଜନୈତିକ ହିଂସା ଯୋଗୁଁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଡାହାପୁରୁ ଗାଁର ସତ୍ୟାନନ୍ଦ ରାଉତ (୮୦)।ବୃଦ୍ଧଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପାଟକୁରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
{"id":152424}ଗତକାଲି ରାତିରେ ପାଞ୍ଚ ଜଣ ଯୁବକ ମଧ୍ୟରେ ସତ୍ୟାନନ୍ଦ ରାଉତଙ୍କର କଥା କଟାକଟି ହେବାପରେ ପାଞ୍ଚ ଯୁବକ ସତ୍ୟାନନ୍ଦଙ୍କୁ ଧକ୍କା ମରିମାରି ହତ୍ୟାକରିଥିବାର ଅଭିଯୋଗ କରିଛନ୍ତି । ସତ୍ୟାନନ୍ଦଙ୍କ ବୋହୁ ମନ୍ଦାକିନିଙ୍କ ଅଭିଯୋଗକୁ ଭିତ୍ତି କରି ଶବ ଜବତ କରି ବ୍ୟବଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଲା ପାଟକୁରା ପୋଲିସ।