ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ ; କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | December 22, 2018 IST

ସାନଖେମୁଣ୍ଡି ୨୨|୧୨ : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚିନ୍ତାଖାଲି ରାସ୍ତାର ଏକ ବିଲରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଚୂଡଙ୍ଗପୁରର ଆର. ଜୁରିଆ ପାତ୍ର । ଆଜି ଭୋରରୁ ଜୁରିଆ ଧାନ ବିଲକୁ ଯାଇ ଆଉ ଫେରିନଥିଲେ ।  ପରିବାର ଲୋକେ ଜୁରିଆଙ୍କୁ ଖୋଜା ଖୋଜି ପରେ ପାଇନଥିଲେ । ଏହା ପରେ ବିଲରେ ଜୁରିଆଙ୍କ ମୃତଦେହ ପଡିଥିବା ଦେଖିଥିଲେ । ତାଙ୍କୁ ବିଲରେ ହାତୀ ଆକ୍ରମଣ କରି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ଦିଗପହଣ୍ଡି ବନାଞ୍ଚଳ ବିଭାଗୀୟ ଅଧିକାରୀ ହାତୀ ମରିନଥିବା କହିବାରୁ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତିବାଦରେ ମୃତଦେହ ରଖି ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଟାୟାର ରାସ୍ତା ରୋକ କରିଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.