ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
22/06/2018 at 9:55 AM

ବାଲେଶ୍ୱର ନୀଳଗିରି ଥାନା ବାଘମାର ଗାଁରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି | ଆକ୍ରମଣର ଶିକାର ବୃଦ୍ଧ ହେଉଛନ୍ତି ରାମ ସିଂ | ଏକ ଗାଡିରେ ତାଙ୍କୁ ଜବରଦସ୍ତ ନେଇ ପାଣିରେ ବୁଡାଇ ମୁଣ୍ଡକୁ ପଥରରେ ଆଘାତ କରାଯାଇଛି | ପୁଣି ପାହାଡ ଉପରୁ ତଳକୁ ଫିଙ୍ଗିବାକୁ ଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଅଟକାଇଥିଲେ ଗାଁ ଲୋକେ | ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏନେଇ ରାମଙ୍କ ପୁଅ ପୋଲିସରେ ଅଭିଯୋଗ କରିଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି |