Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଗଛ କଟାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା

19/01/2021 at 3:36 PM

ମାର୍ଶାଘାଇ ୧୯।୧: ଗଛ କଟାକୁ ନେଇ ଜଣେ ବୃଦ୍ଧଙ୍କୁ ୪ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଠବାଟିଆ ଗାଁରେ ଘଟିଛି ଏଭଳି ଘଟଣା । ଆଠବାଟିଆ ଗାଁର ବାବାଜୀ ବେହେରାଙ୍କ ଘର ନିକଟରେ ସରକାରୀ ଜାଗାରେ ଥିବା ଚାକୁଣ୍ଡା ଗଛଟି ଘର ଉପରକୁ ମାଡି ଆସି ଘରର କ୍ଷତି କରୁଥିଲା । ବାବାଜୀ ସ୍ଥାନୀୟ ଆରଆଇଙ୍କୁ କହି ଗଛଟି କଟାଇ ଥିଲେ ।

ଏହି ଘଟଣାକୁ ନେଇ ଗାଁର ୪ ଜଣ ଯୁବକ ଉତକ୍ଷିପ୍ତ ହୋଇ ବାବାଜୀ ବଜାରରୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ବାବାଜୀଙ୍କୁ ଲୁହା ରଡ୍ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବାବାଙ୍କର ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିବା ସହ ହାତ ଓ କାନ୍ଧର ହାଡ଼ ଭାଙ୍ଗିଯାଇଛି । ଲୋକମାନେ ବାବାଜୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ଏନେଇ ମାର୍ଶାଘାଇ ଥାନାରେ ବାବାଜୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆସାମୀମାନଙ୍କୁ ଗିରଫ ନକରି ମାମଲା ରୁଜୁ କରି ପୋଲିସ ଚୁପ ବସିଛି ବୋଲି କହିଛନ୍ତି ଅଭିଯୋଗକାରୀ ।

   Related Posts