ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲେ ବୃଦ୍ଧ, ଥାନାରେ ଏତଲା ଦେଲେ ସ୍ତ୍ରୀ
27/01/2021 at 1:15 PM

ଜଳେଶ୍ବର ୨୭।୧: ନିର୍ଯାତନା ସହିନପାରି ବୃଦ୍ଧଙ୍କ ଆତ୍ମହତ୍ୟା । ପୁଅ-ବୋହୂ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମୃତ ବୃଦ୍ଧଙ୍କ ପତ୍ନୀ । ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ ଯ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ବୃଦ୍ଧଙ୍କ ନାଁ ହେଉଛି ଉପେନ୍ଦ୍ର ନାଥ ଦାସ । ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ତିନି ପୁଅ ଓ ବୋହୂଙ୍କ ନିର୍ଯାତନା ସହି ନପାରି ଉପେନ୍ଦ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଜଳେଶ୍ବର ଥାନାରେ ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଭୋଗରାଇ ବ୍ଲକ୍ ଚକ ଫୁଲବଣୀ ଗ୍ରାମରେ ପୁଅ-ବୋହୂଙ୍କ ନିର୍ଯାତନା ସହିନପାରି ବୃଦ୍ଧ ବାପା-ମା’ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା ।