୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୬୦ବର୍ଷ ବୟସ୍କ ବୃଦ୍ଧକୁ ବାନ୍ଧିଲା ପୋଲିସ
18/12/2020 at 1:35 PM

Image Courtesy : new india express
କଳାହାଣ୍ଡି ୧୮।୧୨: ପୁଣି ଶିଶୁ କନ୍ୟା ଅସୁରକ୍ଷିତ। ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ୬୦ ବର୍ଷ ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସଂପୃକ୍ତ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତ ୮ ତାରିଖରେ ଅଭିଯୁକ୍ତ ବୃଦ୍ଧ ଜଣକ ଛାତ୍ରୀଙ୍କୁ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସଂପୃକ୍ତ ବୃଦ୍ଧକୁ ଗିରଫ କରିଛି ।