ବୟସ୍କ ମହିଳା ପ୍ରଫେସରଙ୍କୁ ହତ୍ୟା : ଘରେ ରହୁଥିଲେ ଏକୁଟିଆ
9/09/2020 at 2:21 PM

ଡେହରାଡୁନ ୯/୯: ଡେହରାଡୁନର ଡୋଇବାଲା ଅଞ୍ଚଳରେ ଘରେ ଏକୁଟିଆ ରହୁଥିବା ଜଣେ ବୟସ୍କ ମହିଳାଙ୍କୁ ଅଜଣା ବ୍ୟକ୍ତି ହତ୍ୟା କରି ଦେଇଛି।
ସୂଚନା ଅନୁଯାୟୀ ଡୋଇବାଲା ଥାନା ଅଞ୍ଚଳର ଅଠୁରବାଲାରେ ବୟସ୍କ ମହିଳା ପ୍ରଫେସର ପୁତ୍ତଲ ଘୋଷ(୬୪)ଙ୍କୁ କେହି ଅଜଣା ବ୍ୟକ୍ତି ହତ୍ୟା କରି ଦେଇଛି। ମହିଳାଙ୍କ ହାତ ବନ୍ଧା ହୋଇଥିଲା ଏବଂ ଘରର ଗୋଟିଏ ଝରକା ଖୋଲା ଥିଲା।
କୁହାଯାଉଛି ଯେ ହତ୍ୟାକାରୀ ହତ୍ୟା କରିବା ପରେ ଝରକା ରାସ୍ତାରୁ ଫେରାର ହୋଇଯାଇଛି। ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ହତ୍ୟାର କାରଣକୁ ନେଇ ଏବେ ତଦନ୍ତ ଆରମ୍ଭ କରି ଦେଇଛି ପୋଲିସ୍। ପୋଲିସର କହିବା ଅନୁସାରେ ହତ୍ୟା ପରେ କୌଣସି ଜିନିଷ ଲୁଟ ହୋଇନାହିଁ।
ମହିଳା ଘରେ ଏକୁଟିଆ ରହୁଥିଲେ। ସେ ୨୦୧୪ମସିହାରେ ପଶ୍ଚିମ ବଙ୍ଗରୁ ଏଠାରେ ରହିବାକୁ ଆସିଥିଲେ। ପୋଲିସ୍ ତଦନ୍ତ ପରେ ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବ।