ଭାଲୁ କାମୁଡାରେ ବୃଦ୍ଧା ଗୁରୁତର
17/08/2018 at 6:30 AM

ଗଞ୍ଜାମ୧୭/୮: କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗ୍ରାମରେ ସକାଳେ ଭାଲୁ କାମୁଡାରେ ଜଣେ ବୃଦ୍ଧା ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି ।ଆମ୍ବଗଡ ଗ୍ରାମର ଏ.ସାୟାମ୍ମା ସକାଳେ ନିଜ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ଭାଲୁ ହାବୁଡରେ ପଡିଯାଇଥିଲେ । ଫଳରେ ଭାଲୁଟି ସାୟାମ୍ମାକୁ କାମୁଡି ଦେଇଥିଲା ।ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ମେଡିକାଲ୍ ରେ ଭର୍ତ୍ତି କରିଥିଲେ ।ଆମ୍ବଗଡ ନିକଟରେ ଚନ୍ଦନିଆ ପାହାଡ ଥିବାରୁ ପ୍ରତିଦିନ ଭାଲୁଙ୍କ ଯାତାୟତ ରହୁଛି।
Related Posts
ପିପିଲି ଉପନିର୍ବାଚନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ : CEO
3 March 2021