ସିନେମା ଉପରେ କରୋନା ଭାଇରସର ପ୍ରଭାବ , ପୁଣି ପପୁଲାର ଲିଷ୍ଟକୁ ଫେରିଲା ୨୦୧୧ ହଲିଉଡ୍ ଓ ମାଲାୟଲମ୍ ଫିଲ୍ମ

Published By : Prameya-News7 Bureau | January 31, 2020 IST

ବେଜିଙ୍ଗ ୩୧।୦୧: ଚୀନରେ ମହାମାରି ରୂପ କରୋନା ଭାଇରାସ । କେବଳ ଚୀନ ନୁହେଁ ଆହୁରୀ ୧୬ଟି ଦେଶରେ ମଧ୍ୟ ଅତି ଭୟଙ୍କର ନେଉଛି କରୋନା ଭାଇରସ । ତେବେ ଏହାର ଅଦ୍‌ଭୁତ ପ୍ରଭାବ ଦେଖାଦେଇଛି । ରୋଗକୁ ନେଇ ଲୋକେ ଆତଙ୍କିତ  ।  ସେପଟେ ଭାଇରସ ନେଇ ଲୋକଙ୍କ ଜାଣିବାରେ ଆଗ୍ରହ ଢେର୍ । ଏହାର ପ୍ରଭାବରେ କିଛି ପୁରୁଣା ହଲିଉଡ୍ ମୁଭି ଏବେ ଲୋକପ୍ରିୟ । ସିନେମାଗୁଡିକ କରୋନା ଭାଇରସ ଉପରେ ନୁହେଁ ପୂର୍ବରୁ ଆତଙ୍କ ସୃଷ୍ଟ କରିଥିବା ରୋଗର ଭୂତାଣୁ ଉପରେ ପର୍ଯ୍ୟବେଶିତ । ୨୦୧୧ର ସେସବୁ ହଲିଉଡ ସିନେମା ପୁଣି ଲୋକପ୍ରିୟ ହେବା ପଛରେ କରୋନାର ପ୍ରଭାବ ଆକଳନ କରିଛନ୍ତି ସିନେ ବିଶେଷଜ୍ଞ

{"id":218148,"sizeSlug":"large"}
file image

୨୦୧୧ରେ ରିଲିଜ୍ ହୋଇଥିଲା “କଣ୍ଟେଜନ” ଫିଲ୍ମ । ଏହି ଫିଲ୍ମରେ ହଲିଉଡର ବରିଷ୍ଠ ଅଭିନେତାମାନେ ଅଭିନୟ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମଟି ଭଲ ବ୍ୟବସାୟ ମଧ୍ୟ କରିଥିଲା । ୯ବର୍ଷ ପରେ ସାରାବିଶ୍ବରେ କରୋନା ଭାଇରସ ବ୍ୟାପିଥିବା ବେଳେ ଏହି ଫିଲ୍ମଟି ପୁଣି ଚର୍ଚ୍ଚାକୁ ଆସିଛି ।

ଚୀନ୍‌ରୁ ଆମେରିକା ବ୍ୟାପିଥିବା ଏକ ଭୂତାଣୁ କିପରି କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ଜୀବନ ନେଇଯାଉଛି ତାହା ସିନେମା  । ପୁରା ବିଶ୍ବରେ ମୃତ୍ୟୁ ସଂଖ୍ୟା ଦେଢ କୋଟି ଉପରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ରହିଥିଲା ବୋଲି ଫିଲ୍ମରେ ଦୃଶ୍ୟ ହୋଇଥିଲା । ଏହି ଭାଇରସର ଭ୍ୟାକସିନ୍‌କୁ ଖୋଜିବାରେ ୧୩୩ଦିନ ବିତିଯାଇଥିଲା । ମହାମାରୀ ଭାଇରସ ଶେଷ ହେବା ପାଇଁ ୫୦୦ଦିନ ସମୟ ଲାଗିଯାଉଛି ।  ଏହି ଫିଲ୍ମ ବ୍ୟତୀତ ଗତ ବର୍ଷ ମାଲାୟଲମରେ ମଧ୍ୟ ଏକ ଫିଲ୍ମ ରିଲିଜ ହୋଇଛି । ଏହି ମାଲାୟଲମ ଫିଲ୍ମର ନାମ ଭାଇରସ ଥିଲା । ଆମାଜନ ପ୍ରାଇମରେ ଏହି ଫିଲ୍ମଟି ଉପଲବ୍ଧ ରହିଛି । ସିନେମାର ନାମ ନିପାହ ଭାଇରସ ଥିଲା । ଯାହା ୨୦୧୮ରେ ବ୍ୟାପୀଥିଲା । ଏହି ଫିଲ୍ମରେ ପାର୍ବତୀ, ତୋବିନୋ ଥୋମାସ, ଓ ଆସିଫ ଅଲୀ ପରି କଳାକାଲ ନଜର ଆସିଥିଲେ । ଆଶିକ ଅବୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.