Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୋହୂକୁ ଘରେ ଏକା ଦେଖି ବୃଦ୍ଧ ଶ୍ବଶୁର କଲେ ଏମିତି କାଣ୍ଡ, ତାପରେ…

24/08/2019 at 1:56 PM

କୋଲକାତା ୨୪|୮: କୋଲକାତା ଟେଙ୍ଗଡା ଅଞ୍ଚଳରେ ରହୁଥିବା ଲି କା ସାଗ୍ନ ଏବଂ ତାଙ୍କ ବୋହୂଙ୍କୁ ବନ୍ଦ ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ବୃଦ୍ଧଙ୍କ ଚିକିତ୍ସା ଜାରି ରହିଛି । ମୃତ ମହିଳା ହେଉଛନ୍ତି ୬୦ବର୍ଷ ବୟସ୍କା ଲି ହୋଓ ମିହା ।

ସୂଚନା ଅନୁସାରେ ଟେଙ୍ଗରା ଥାନା ଅଞ୍ଚଳରେ ୮/୧ ନ୍ୟୁ ଟେଙ୍ଗରା ରୋଡ୍ ରେ ରୁହନ୍ତି ୯୦ବର୍ଷ ବୟସ୍କ ଲି କା ସାଗ୍ନ ଏବଂ ତାଙ୍କ ପରିବାର । ଶନିବାର ଦିନ ସକାଳୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି ।

ପୋଲିସର ସୂଚନା ଅନୁସାରେ ଶୁକ୍ରବାର ଦିନ ଘରେ କେହି ନଥିଲେ । ଘରେ କେବଳ ଶ୍ବଶୁର ଲି କା ସାଗ୍ନ ଏବଂ ତାଙ୍କ ବୋହୂ ଥିଲେ । କିଛି ଦିନ ହେବ ଘରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଘରେ କେହି ନଥିବାର ସୁଯୋଗ ନେଇ ଉଭୟ ଶ୍ବଶୁର ଏବଂ ବୋହୂଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ମହିଳାଙ୍କ ସ୍ବାମୀ ଯେତେବେଳେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ ଘରର କବାଟ ଭିତର ପଟୁ ବନ୍ଦ ଥିଲା । କବାଟ ବାଡାଇଥିଲେ ମଧ୍ୟ କେହି ଖୋଲି ନଥିଲେ । ଫଳରେ ସେ ପଡୋଶୀମାନଙ୍କୁ ଡାକି ଘରର କବାଟ ଭାଙ୍ଗିଥିଲେ । ଘର ଭିତରେ ଉଭୟ ଶ୍ବଶୁର ଏବଂ ବୋହୂଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ସେ ଦେଖିବାକୁ ପାଇଥିଲେ । ଏହାପରେ ସେ ପୋଲିସକୁ ଘଟଣା ସଂପର୍କରେ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ବୃଦ୍ଧଙ୍କ ଚିକିତ୍ସା ଜାରି ରହିଛି ।

ଘଟଣାସ୍ଥଳରୁ ରକ୍ତ ଲାଗିଥିବା ବାଲଟି ଉଦ୍ଧାର କରାଯାଇଛି । ଫଳରେ ପୋଲିସ ସନ୍ଦେହ କରୁଛି ଯେ, ସେହି ବାଲଟିରେ ଲି କା ସାଗ୍ନ ତାଙ୍କ ବୋହୂଙ୍କୁ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts