କେରଳରେ ୬୭ ବର୍ଷର ବର, ୬୫ ବର୍ଷର କନିଆଁ – ପାରମ୍ପରିକ ରୀତିରେ ହେଲା ବିବାହ

Published By : Prameya-News7 Bureau | December 30, 2019 IST

ଥିରୁଭାଅନନ୍ତପୁରମ ୩୦।୧୨ - କଥାରେ ଅଛି ମ୍ୟାରେଜେସ ମେଡ ଇନ ହେଭେନ।ମାନେ ବିବାହ ସ୍ବର୍ଗରେ ହିଁ ସ୍ଥିର ହୋଇ ଯାଇଥାଏ।ଏଠାରେ କେବଳ ତାର ପାରମ୍ପରିକ ରୀତି ହିଁ ପାଳନ ହୋଇଥାଏ। ଏଥିରେ ବୟସର କିଛି ମାନେ ନ ଥାଏ। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି କେରଳରେ।

{"id":204736,"sizeSlug":"large"}

 ବରଙ୍କ ବୟସ ୬୭ ଓ କନ୍ୟା ୬୫ ବର୍ଷର।ଏହି ବୟସରେ ହୋଇଛି ବିବାହ। ବରଙ୍କ ନାଁ କୋଚିୟାନ ମେନନ୍। ଆଉ କନ୍ୟା ହେଲେ ଲକ୍ଷ୍ମୀ ଆମଲ୍। ବିବାହ ହୋଇଛି ବୃଦ୍ଧାଶ୍ରମରେ। କେରଳର ତ୍ରିସୁର ଜିଲ୍ଲାରେ ହୋଇଛି ଏହି ସ୍ବତନ୍ତ୍ର ବିବାହ। ବିବାହରେ ଯୋଗ ଦେଇଥିଲେ ବୃଦ୍ଧାଶ୍ରମର ଅନ୍ତେବାସୀ।ଦକ୍ଷିଣ ଭାରତୀୟ ପରମ୍ପରାରେ ହୋଇଥିଲା ବିବାହ।

{"id":204737,"sizeSlug":"large"}

ଏହି ବିବାହ ପଛରେ କାହାଣୀ ମଧ୍ୟ ଭିନ୍ନ।କୋଚିୟାନ ମେନନ୍ , ଲକ୍ଷ୍ମୀ ଆମଲଙ୍କ  ସ୍ବାମୀଙ୍କ ସହକାରୀ ଥିଲେ। ବହୁ ବର୍ଷ ଆଗରୁ ଛାଡି ସାରିଥିଲେ ଚାକିରି। ବିବାହ କରିଥିଲେ। ହେଲେ ପାରିବାରିକ ଅଶାନ୍ତି କାରଣରୁ ବୃଦ୍ଧାଶ୍ରମରେ ରହୁଥିଲେ।

{"id":204739,"sizeSlug":"large"}

ସେହିପରି ଲକ୍ଷ୍ମୀ ଆମଲଙ୍କ  ସ୍ବାମୀଙ୍କ ମୃତ୍ୟୁ ହୋଇ ସାରିଥିଲା। ସେ ମଧ୍ୟ ବୃଦ୍ଧାଶ୍ରମକୁ ଆସିଥିଲେ। ସେଠାରେ ଦୁଇ ଜଣଙ୍କ ଭେଟ ହୋଇଥିଲା । ଏହି ସାକ୍ଷାତ ପ୍ରେମର ରୂପ ନେଇଥିଲା। ପରେ ସେମାନେ ବିବାହ କରିବାକୁ ସ୍ଥିର କଲେ। ଏହି କଥା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଜଣାଇଥିଲେ। ଆଉ ତା ପରେ ହୋଇଥିଲା ବିବାହ।ବର କନ୍ୟା ରୂପରେ ଆସନରେ ବସିଥିଲେ କୋଚିୟାନ ମେନନ୍ ଓ ଲକ୍ଷ୍ମୀ ଆମଲ୍।

{"id":204740,"sizeSlug":"large"}

ଏହି ବିବାହ ଉତ୍ସବ କେବଳ ବୃଦ୍ଧାଶ୍ରମରେ ସୀମିତ ରହି ନ ଥିଲା। ଏଥିରେ ଭାଗ ନେଇଥିଲେ କେରଳ କୃଷିମନ୍ତ୍ରୀ ଭି ଏସ ଶିବକୁମାର।

{"id":204741,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.