Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବୟସର ଅପରାହ୍ନରେ ପୁଅ ଝିଅ କରିଦେଲେ ପର : ଚିରା ଫଟା ପଲିଥିନ ତଳେ ବର୍ଷ ବର୍ଷ ଧରି ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି

25/11/2019 at 1:56 PM

କେନ୍ଦୁଝର ୨୫/୧୧: ଗରିବଙ୍କ ପାଇଁ ସରକାରଙ୍କର ଯୋଜନା ସବୁ ଆଜି କେନ୍ଦୁଝର ଜିଲ୍ଲାରେ ବାଟବଣା । ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ପୁରଷ୍କାର ହାସଲ କରିଥିବା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ଗ୍ରାମର ଜଣେ ଅସହାୟ ଆଦିବାସୀ ସଂପ୍ରଦାୟର ବୃଦ୍ଧ ଦମ୍ପତି ଏବେ ବର୍ଷ ବର୍ଷ ହେବ ଛିଣ୍ଡାଫଟା ଜରି ତଳେ ଜୀବନ ବିତାଉଥିବା କଥା ସାମନାକୁ ଆସିଛି । ଏହି ଘଟଣାରୁ ସରକାରୀ ଯୋଜନା ଗରିବଙ୍କ କାର୍ଯ୍ୟରେ କେତେ ଲାଗୁଛି ତାହା ବେଶ ବାରି ହୋଇପଡୁଛି।

ସରକାରୀ ଯୋଜନା ସବୁ କାହା ପାଇଁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦଝର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫କିମି ଦୂର ଘୁଟୁରୁ ଗାଁରେ । ଏହି ଗ୍ରାମର ମନୁ ଜେନା ଓ ତାଙ୍କ ସ୍ତ୍ରୀ ବର୍ତମାନ ବୟସର ଅପରାହ୍ନରେ। ଆଉ ଠିକ ଏହି ସମୟରେ ତାଙ୍କର ପୁଅ ବୋହୂ ଓ ଝିଅ ମାନେ ତାଙ୍କୁ ପର କରିଦେଲେ । ଏବେ ଏହି ବୃଦ୍ଧ ଦମ୍ପତି ଦ୍ବୟଙ୍କ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ଏହି ବୃଦ୍ଧ ଦମ୍ପତି ରହୁଥିବା ଭଙ୍ଗା କୁଡିଆ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଦମ୍ପତି ଦ୍ବୟ ଏବେ ଶେଷରେ ଅନ୍ୟ ଉପାୟ ନପାଇ ଚିଣ୍ଡାଫଟା ଜରି ଖଣ୍ଡେ ସଂଗ୍ରହ କରି ତାକୁ ଛପର ଭାବେ ବ୍ୟବହାର କରି ରହୁଛନ୍ତି। ବର୍ଷା ହେଲେ ସବୁ ଆଡୁ ଟପ ଟପ ହୋଇ ପାଣି ଗଳୁଛି। ଫଳରେ ରୋଷେଇ କରିବା , ଖାଇବା ଶୋଇବା ଓ  ରହିବା କଷ୍ଟକର ହୋଇପଡୁଛି । ସେହିପରି ଖରା ଦିନେ ମଧ୍ୟ ପ୍ରଚଣ୍ଡ ଖରାରୁ ଏହି ଛିଣ୍ଡା ଜରି ରକ୍ଷା କରି ପାରେ ନାହିଁ । ଫଳରେ ବୃଦ୍ଧ ଦମ୍ପତି ଗାଁରେ ଥିବା ଗଛ ତଳେ କିମ୍ବା ଅନ୍ୟ ବାରଣ୍ଡାରେ ଆଶ୍ରୟ ନେବାକୁ ବାଧ୍ୟ ହୁଅନ୍ତି। ବାର୍ଦ୍ଧକ୍ୟ ଭତା ଓ ସରକାରୀ ଚାଉଳ ଗଣ୍ଡାକ ପାଇଛନ୍ତି କିନ୍ତୁ  ଏହି ଦମ୍ପତି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରି କରି କେହି ଶୁଣୁ ନାହାନ୍ତି । ଫଳରେ ଭାଗ୍ୟକୁ ଆଦରି ଚିରା ଫଟା ଜରି ତଳେ ପଡି ରହିଛନ୍ତି ଏହି ବୃଦ୍ଧ ଦମ୍ପତି ।  ଗରୀବଙ୍କ ପାଇଁ ସରକାରଙ୍କର ରହିଛି ଇନ୍ଦିରା ଆବାସ ବିଜୁ ପକ୍କା ଘର ପରି ବହୁ ଯୋଜନା। କିନ୍ତୁ ଏସବୁ ଆଜି ମନୁ ଜେନା ଙ୍କ ପାଇଁ ସାତ ସପନ। ଘରଖଣ୍ଡ ପାଇଁ ବର୍ଷ ବର୍ଷ ଧରି ପଂଚାୟତ କାର୍ଯ୍ୟ।ଳୟ ଠାରୁ ବ୍ଲକ ଅଫିସକୁ ଦଉଡୁଥିଲେବି ଫଳଘର ଶୂନ ।

ସୂଚନା ଯୋଗ୍ୟ ଯେ  ରତ୍ନ ଗର୍ଭ କେନ୍ଦୁଝର ଜିଲ୍ଲା ରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି ।  ଜିଲ୍ଲା ପ୍ରଶାସନ ପାଖରେ ରହିଛି  ଖଣିରୁ ଆଦାୟ ହୋଇଥିବା କୋଟି କୋଟି ଟଙ୍କାର ଡି.ଏମ୍.ଏଫ. । ଏହି ଫଣ୍ଡର ପଇସା ଜିଲ୍ଲାର ସୌନ୍ଦର୍ଯ୍ୟକରଣ ଓ ସରକାରୀ ବାବୁ ଙ୍କ ଅଫିସ ସୌନ୍ଦର୍ଯ୍ୟକରଣ ପାଇଁ ଓ ବାହାର ଜିଲ୍ଲାର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ବ୍ୟୟ କରୁଛି ହେଲେ ମନୁ ଜେନାଙ୍କ କଥା ଭୁଲିଯିବା ନିଶ୍ଚିତ ରୂପେ ଏକ ଦୁର୍ଭ।ଗ୍ୟ ଜନକ ଘଟଣା । 

ହେଲେ ସଦର ବିଡିଓଙ୍କର କହିବା କଥା ମନୁ ଜେନାଙ୍କର ପୁଅ ମାନେ ଘର ପାଇଛନ୍ତି । ମନୁ ଜେନାଙ୍କୁ କିପରି ଘର ଖଣ୍ଡେ ଦିଆଯାଇ ପାରିବ ସେ ନେଇ ସେ ଚେଷ୍ଟା କରିବେ । 

   Related Posts