ପୂର୍ତ୍ତବିଭାଗ ରାସ୍ତାକୁ ୪ଦିନ ହେଲା ଅବରୋଧ କରି ରଖିଛନ୍ତି ଦମ୍ପତି, ଜାଣନ୍ତୁ କାହିଁକି…

Published By : Prameya-News7 Bureau | November 21, 2019 IST

ଭବାନୀପାଟଣା୨୧|୧୧: ପୂର୍ତ୍ତ ବିଭାଗ ରାସ୍ତାକୁ ଗତ୪ ଦିନ ହେବ ଅବରୋଧ କରି ରଖିଛନ୍ତି ଦମ୍ପତ୍ତି । କଳାହାଣ୍ଡି ଜିଲ୍ଲା କେସିଗାଂ ବୋରିଗଂପଦର ନିବାସୀ ଯୋଗୀନ୍ଦ୍ର ମାଝୀ ଙ୍କ ୩୫ ଡିସମିଲ ଜାଗା ଉପରେ ପୂର୍ତ୍ତ ବିଭାଗ ୪ବର୍ଷ ହେଲା ରାସ୍ତା ନିର୍ମ।ଣ କରିଛି । ହଲେ ଏହି ଦମ୍ପତ୍ତିଙ୍କୁ ନା ମିଳିଛି କ୍ଷତିପୂରଣ ନା ବର୍ତମାନ ପୂର୍ତ୍ତ ବିଭାଗ ଅଧିକାରୀ  କ୍ଷତିପୂରଣ ବାବଦରେ କିଛି ଶୁଣିବାକୁ ପ୍ରସ୍ତୁତ ।

{"id":187742,"sizeSlug":"large"}

୭୫ ବର୍ଷ ବୟସ୍କ ପକ୍ଷଘାତ ରୋଗୀ ଯୋଗୀନ୍ଦ୍ର ମାଝୀ । ଯୋଗୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଗତ ୪ଦିନ ହେବ ବୋରିଗଂପଦର - ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି । କାରଣ ଏମାନଙ୍କ ୩୪ ଡିଏସମିଲ ଜାଗା ଉପରେ ୪ବର୍ଷ ତଳେ ଠିକାଦାର ଓ ଏସଡିଓ କ୍ଷତିପୂରଣ ଭରସା ଦେଖାଇ ରାସ୍ତା ନିର୍ମ।ଣ କରିଦେଇଛନ୍ତି । ହଲେ ରାସ୍ତା ନିର୍ମାଣ ହେବାର ୪ ବର୍ଷ ପରେ ମଧ୍ୟ ନା ମିଳିଲା କ୍ଷତିପୂରଣ ନା ବର୍ତମାନର ଅଧିକାରୀ ଏ ସମ୍ପର୍କରେ କିଛି ଶୁଣିବାକୁ ଚାହାନ୍ତି ।ଫଳରେ ଏହି ବୃଦ୍ଧ ଦମ୍ପତି  ନ୍ୟାୟ ଦାବୀ ରେ ରାସ୍ତା  ଅବରୋଧ କରି ରଖିଛନ୍ତି ।

{"id":187743,"sizeSlug":"large"}

ଗତ ୪ଦିନ ମଧ୍ୟରେ କେସିଗଂ। ତହସିଲଦାର ଓ ପୋଲିସ ଘଟଣାସ୍ଥଳକୁ ଯାଇ ରାସ୍ତା ଅବରୋଧ ହଟାଇବାକୁ ଅଲୋଚନା କରିଥିଲେ ବି ତା ଘର ଡିହ ପଟ୍ଟା ଦେଖିଲା ପରେ ଫେରି ଆସିଥିଲେ । ହଲେ ବର୍ତମାନ ରାସ୍ତା ଅବରୋଧ ପାଇଁ ଡୁମେରମୁଣ୍ଡା ,ସିରୋଲ ଆଦି ୫ଟି ଗାଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି ।

{"id":187744,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.