Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ହୃଦୟ ବିଦାରକ ! ନାତି କରୋନା ସଂକ୍ରମିତ ହୋଇଯିବା ଭୟରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

2/05/2021 at 8:02 PM

କୋଟା ୨/୫: କି ଦିନ ଦେଖାଉଛି କରୋନା। ଲୋକେ କରୋନା ଭୟରେ ମଧ୍ୟ ଜୀବନ ହାରିଦେଉଛନ୍ତି । ପରିବାରର ଜଣଙ୍କୁ କରୋନ ହେଲେ ଭୂତାଣୁ ସମସ୍ତକୁ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳୁଛି। ସେମିତି ଏକ ଅଭାବନୀୟ ଘଟଣା ରାଜସ୍ଥାନର କୋଟାରେ ଘଟିଛି। ନାତିକୁ କାଳେ କରୋନା ହେବ ସେହି ଭୟରେ ବୃଦ୍ଧ ଦମ୍ପତି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମା​‌ନେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ସେମାନଙ୍କ ମନରେ ଭୟ ଥିଲା ବୋଧୁହୁଏ ତାଙ୍କ ପାଖରୁ ନାତି କରୋନା ସଂକ୍ରମିତ ହୋଇଯିବ।  ଦିଲ୍ଲୀ-ମୁମ୍ବାଇ ରେଲଓ୍ବେ ଟ୍ରାକ୍‌ରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ରେଳ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ସେମାନଙ୍କ ବୟସ ୭୦-୭୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ଦେଇଛି।  ଯାଞ୍ଚ ପରେ ଜଣାପଡ଼ିଲା ବୃଦ୍ଧ ଦମ୍ପତି କରୋନା ପଜିଟିଭ୍‌ ଥିଲେ ଏବଂ ତାଙ୍କୁ ଡର ଥିଲା, ତାଙ୍କ ପାଖରୁ ପରିବାର ଲୋକ ବିଶେଷ କରି ତାଙ୍କର ୧୯ ବର୍ଷୀୟ ନାତି କରୋନା ସଂକ୍ରମିତ ହୋଇପାରେ।

୮ ବର୍ଷ ପୂର୍ବରୁ ଦମ୍ପତି ନିଜର ଏକମାତ୍ର ପୁଅକୁ ଦୁର୍ଘଟଣାରେ ହରାଇଥିଲେ। ତାପରେ ସବୁବେଳେ ସେମାନେ ନିଜର ଏକମାତ୍ର ନାତି ପାଇଁ ଚିନ୍ତାରେ ରହୁଥିଲେ। ବୃଦ୍ଧ ଦମ୍ପତିଙ୍କ ନାତି ନିଜର ମା ଏବଂ ଦୁଇ ଭଉଣୀଙ୍କ ସହ କୋଟା ସହରର ରେଲଓ୍ବେ କଲୋନିରେ ରହୁଛନ୍ତି।  ବୃଦ୍ଧ ଦମ୍ପତିଙ୍କ ଠାରେ ଗମ୍ଭୀର ଲକ୍ଷଣ ନଥିଲା। କିନ୍ତୁ ପରିବାର ଲୋକ ଏବଂ ନାତିକୁ କରୋନା ସଂକ୍ରମଣ ହୋଇଯିବା ଭୟରେ ସେମାନେ ଆତ୍ମହତ୍ୟା କରିଥିବା ଡିଏସପି ସୂଚନା ଦେଇଛନ୍ତି।  ଯାଞ୍ଚ ସରିବା ପରେ ମୃତହେଦ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।   

   Related Posts