ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି

Published By : Prameya-News7 Bureau | December 01, 2021 IST

ଖଲ୍ଲିକୋଟ ୧।୧୨: ଜମିଜମା ବିବାଦକୁ କେନ୍ଦ୍ରକରି ବୃଦ୍ଧ ଦମ୍ପତ୍ତିଙ୍କୁ ଗାଁରୁ ବାସନ୍ଦ । ନ୍ୟାୟ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆମରଣ ଅନଶନ କଲେ ବୃଦ୍ଧ ଦମ୍ପତ୍ତି । ବୃଦ୍ଧ ଦମ୍ପତ୍ତି ହେଲେ ଖଲ୍ଲିକୋଟ ଏନଏସି ତୋଟାଗାଁର ୭୦ ବର୍ଷ ବୟସ୍କ ବଂଶୀଧର ପ୍ରଧାନ ଓ ତାଙ୍କ ସ୍ତ୍ରୀ ୬୩ ବର୍ଷ ବୟସ୍କା କୁନି ପ୍ରଧାନ ।

ଜମିଜମା ବିବାଦକୁ କେନ୍ଦ୍ରକରି ବହୁ ବର୍ଷ ହେଲା ବୃଦ୍ଧ ଦମ୍ପତ୍ତିଙ୍କୁ ଗ୍ରାମରୁ ସାମାଜିକ ବାସନ୍ଦ କରାଯାଇଛି । ପୋଲିସ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ ନ୍ୟାୟ ନମିଳିବାରୁ ଆଜିଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବୃଦ୍ଧ ଦମ୍ପତ୍ତି ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.