Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୃଦ୍ଧ ଦମ୍ପତି, ଜାଣନ୍ତୁ ପୂରା ମାମଲା

6/05/2021 at 10:34 PM

ନୂଆଦିଲ୍ଲୀ ୬/୫: ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଅହମଦାବାଦର ବୃଦ୍ଧ ଦମ୍ପତି।  ଅହମଦାବାଦର ପୋଲିସ ବିଭାଗରେ ଜଣେ ଅବସରପ୍ରାପ୍ତ ଅଧିକାରୀ ଇରଫାନ ପଠାନ ତାଙ୍କ ବୋହୂଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରୀ ପରିବାର ଏହି ମାମଲାରେ ଏକ ଭିଡିଓ ମଧ୍ୟ ସେୟାର କରିଛି। ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ଇରଫାନ ପଠାନ ତାଙ୍କ ପୁଅକୁ ଧମକ ଦେବା ସହ ନିଜ ଶକ୍ତିର ଅପବ୍ୟବହାର କରୁଛନ୍ତି ବୋଲି ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ବୃଦ୍ଧ ଦମ୍ପତି ସୟଦ ଇବ୍ରାହିମ୍‌ ଏବଂ ତାଙ୍କ ସ୍ତ୍ରୀ ଥାନରେ ଆତ୍ମହତ୍ୟା କରିବା ନେଇ ଧମକ ଦେବା ମାମଲାରେ ମାମଲା ରୁଜୁ କରିଛି।  ‘ଦୈନିକ ଭାସ୍କର’ରେ ପ୍ରକାଶିତ ଖବର ଅନୁସାରେ, ଅହମଦାବାଦର ବେଜଲପୁର ପୋଲିସ ଥାନାରୁ ମିଳିଥିବା ସୂଚନା ଅନୁସାରେ ଇବ୍ରାହିମଙ୍କ ବୋହୂ ୧୧ ମାର୍ଚ୍ଚ ୨୦୨୧ରେ ପୂରା ପରିବାର ବିରୋଧରେ ଯୌତୁକ ନିର୍ଯତନା ନେଇ ଏତଲା ଦେଇଥିଲେ। ଏବେ ପୋଲିସ ଏହି ମାମଲାରେ ତଦନ୍ତ କରୁଛି।

ଇବ୍ରାହିମ୍‌ କହିଛନ୍ତି ତାଙ୍କୁ ମିଛ ମାମଲାରେ ଫସାଇବାକୁ ଉଦ୍ୟମ କରାଯାଉଛି। ଏହା ସହ  ତାଙ୍କ ବୋହୂଙ୍କ ସମ୍ପର୍କ ଇରଫାନଙ୍କ ସହ ଦୀର୍ଘଦିନ ହେଲା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇବ୍ରାହିମଙ୍କ ପଅ କହିଛନ୍ତି ଇରଫାନଙ୍କ ସହ ତାଙ୍କ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ବିବାହ ପୂର୍ବରୁ ରହିଆସିଛି। ଇରଫାନ ତାଙ୍କ ପତ୍ନୀଙ୍କ ଦାଦା ପୁଅ ଭାଇ ଭଳି ହେଉଥିବା ବେଳେ ସେ ତାଙ୍କୁ ବହୁବାର ବାହାରକୁ ବୁଲାଇ ନେଇଛନ୍ତି। ଦୁଇ ଜଣ ଭିଡିଓ କଲ୍‌ରେ ବହୁବାର କଥା ହୋଇଥିବା ମଧ୍ୟ ଇବ୍ରାହିମଙ୍କ ପୁଅ ଅଭିଯୋଗ କରିଛନ୍ତି।

ପୋଲିସ ଅନୁସାରେ ସେମାନଙ୍କ ବୋହୂ ଦ୍ବାରା ଯୌତୁକ ନିର୍ଯାତନା ଅଭିଯୋଗ କରାଯିବା ପରେ ଇବ୍ରାହିମ ଏବଂ ତାଙ୍କ ପରିବାର ଏଥିରୁ ବର୍ତ୍ତିବା ପାଇଁ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି। ଇରଫାନ ନିଜେ ଯୁବତୀଙ୍କ ବାହା ଘର କରାଇଥିଲେ। କିନ୍ତୁ ଏହି ମାମଲାରେ ଇରଫାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେପଟେ ପୋଲିସ ଥାନରେ ଭିଡିଓ କରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଅଭିଯୋଗରେ ବୃଦ୍ଧ ଦମ୍ପତିଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

   Related Posts