Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ନୂଆ ପୋଲ ନିର୍ମାଣ ବେଳେ ଦାବିଲା ପୁରୁଣା ପୋଲ

13/08/2018 at 6:09 AM

ଦେବଗଡ଼ ୧୩/୮ : ନୂତନ ପୋଲ ନିର୍ମାଣ ବେଳେ ମାଟି ଖୋଳିଦେବା ଯୋଗୁଁ ପୁରାତନ ପୋଲ ଦବିଲା । ରାସ୍ତା ରୁ ମାଟି ଅତଡା ଖସି ଧସିଯିବାରୁ ୪୯ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଛି । ଏହି ଘଟଣା କୌଣସି ଦୈବୀ ଦୂର୍ବୀପାକ ଯୋଗୁଁ ନୂହେଁ ବରଂ ମନୂଷ୍ୟକୃତ୍ୟ । ଏହି ଘଟଣାପରେ କୋଲକାତା ଓ ମୁମ୍ବାଇ ଭଳି ଦୁଇ ମହାନଗରୀ ମଧ୍ୟରେ ସଡକପଥରେ ଗାଡି ଚଳାଚଳ ବନ୍ଦ ରହିଛି।
କୋଲକାତା ଓ ମୁମ୍ବାଇକୁ ସଂଯୋଗ କରୁଥିବା ପୂରାତନ ୬ ନମ୍ବର ଜାତୀୟ ରାଜପଥ ଓ ବର୍ତ୍ତମାନର ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ହୋଇ ଚାରି ଥାକିଆ ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ନାଳନଦୀ ଉପରେ ନୂତନ ପୋଲ ନିର୍ମାଣ ହେଉଛି । ରବିବାର ଅପରାହ୍ନରେ ତିଲେଇବଣୀ ନିକଟରେ କୈଳାଶ ନାଳ ଉପରେ ପଥରଗଡ ଠାରେ ନୂତନ ପୋଲ ନିର୍ମାଣ ପାଇଁ ମାଟି ଖୋଳିବା ସମୟରେ ପୂରାତନ ପୋଲର ଅତି ନିକଟରୁ ମାଟି ଖୋଳିଦେବା ଯୋଗୁଁ ଏହା ଧସିଯାଇଛି । ଫଳରେ ଅତଡା ଖସି ଅଧାରାସ୍ତା ନାଳ ମଧ୍ୟରେ ଲୀନ ହୋଇ ଯାଇଥିବା ବେଳେ ଏହି ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ରହିଛି।
ଏହି ଘଟଣାପରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭଙ୍ଗାପୋଲ ଉପରେ ଭାରିଯାନ ଚଳାଚଳ ବନ୍ଦ ଥିବାବେଳେ ହାଲୁକା ଯାନ ଅତି ବିପଦଜନକ ଅବସ୍ଥାରେ ପାର ହେଉଛି ।ଓରିଏଣ୍ଟାଲ କମ୍ପାନୀର ଖାମଖିଆଲ କାର୍ଯ୍ୟଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

   Related Posts