Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଶ୍ଵ ବରିଷ୍ଠ ନାଗରିକ ଦିବସ ଅବସରରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କଲେ ସମାଜସେବୀ

1/10/2020 at 5:41 PM

ଅନୁଗୋଳ ୧।୧୦: ବିଶ୍ଵ ବରିଷ୍ଠ ନାଗରିକ ଦିବସ ଅବସରରେ ତାଳଚେର ବସଷ୍ଟାଣ୍ଡ ନିକଟରେ ଥିବା ଓଲଡ଼ ଏଜ ହୋମରେ ଅନ୍ତେବାସୀମାନଙ୍କୁ ବସ୍ତ୍ର, ଖାଦ୍ୟ ଏବଂ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେଇଛନ୍ତି କିଛି ସମାଜସେବୀ । ମୁଖ୍ୟତଃ ସମାଜ ସେବୀ ବିଭୂତି ସାହୁ ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ କରିବା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।

ମାନବ ସେବା ହିଁ ମାଧବ ସେବା। ସବୁ ଥାଇ ମଧ୍ୟ ଦିନେ ନା ଦିନେ ମଣିଷକୁ ନିସ୍ଵ ହେବାକୁ ପଡିଥାଏ। ବୟସର ଅପରାହ୍ନରେ ସବୁ ଥାଇ ବୃଦ୍ଧା ଶ୍ରମରେ ଜୀବନ କଟୁଛି । କାହାର ପୁଅ ଝିଅ ପଚାରୁ ନାହାନ୍ତି ତ କିଏ ନିସ୍ଵ। ଶେଷରେ ବୃଦ୍ଧାଶ୍ରମ ହିଁ ସାହାରା । ଏଭଳି ସମୟରେ ଏମାନଙ୍କୁ ସାହାରା ହୋଇଛନ୍ତି ତାଳଚେରର ଅଗ୍ରଣୀ ଅନୁଷ୍ଠାନ ବରିଷ୍ଠ ନାଗରିକ ସେବା ସଂଘ । ନିଜସ୍ଵ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଘର ନିର୍ମାଣ ହୋଇଛି । ଆଉ ଏହି ସେବାଶ୍ରମରେ ୧୨ ଜଣ ଅନ୍ତେବାସୀ ରହୁଛନ୍ତି । ଆହୁରି ଅନେକ କାମ ବାକି ଅଛି । ଯଦି ସରକାରୀ ସହାୟତା ମିଳନ୍ତା ତେବେ ଅଧିକାରୀ ଅଧିକା ଅନ୍ତେବାସୀ ହସ ଖୁସିରେ ରହି ପାରନ୍ତେ ବୋଲି ସେବା ସଂଘର ସଭାପତି କହିଛନ୍ତି ।

   Related Posts