ରାଗିଗଲେ ସାଧ୍ୱୀ: ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ଦେଲେ ଅଭିଶାପ, କହିଲେ ଖରାପ ହେବ ବୃଦ୍ଧାବସ୍ଥା ଓ ଆଗାମୀ ଜନ୍ମ

Published By : Prameya-News7 Bureau | October 16, 2021 IST

ଭୋପାଳ ୧୬/୧୦: ସାଂସଦ ତଥା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ତାଙ୍କ ବିବାଦୀୟ ବିବୃତ୍ତି ପାଇଁ ଅନେକ ସମୟରେ ଖବରରେ ଥାଆନ୍ତି । ଏବେ ପୁମିଥରେ ତାଙ୍କ ବିବୃତ୍ତିକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସାଂସଦ ଏକ ମଞ୍ଚରୁ ଲୋକଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକଙ୍କୁ ଦେଇଛନ୍ତି ଅଭିଶାପ । ସାଂସଦ କହିଛନ୍ତି ଯେ କିଛି ଦିନ ପୂର୍ବରୁ ଜଣେ ଯୁବକ ତାଙ୍କର କବାଡି ଖୋଳିଥିବା ସମୟରେ ଭିଡିଓ ଭାଇରାଲ କରିଥିଲେ ।

ସେ କହିଛନ୍ତି ସମୟ ଅଛି ଏବେବି ଅଛି, ସୁଧୁରି ଯାଅ । ନଚେତ୍ ବୃଦ୍ଧାବସ୍ଥା ଓ ଆଗାମୀ ଜନ୍ମ ନଷ୍ଟ ହୋଇଯିବ । ସାଂସଦ ପ୍ରଜ୍ଞା ସିଂ ନବରାତ୍ରୀ ସମୟରେ ଏକ ଆରତୀ କାର୍ଯ୍ୟକ୍ରମରେ କବାଡି ଗ୍ରାଉଣ୍ଡରେ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାକୁ ଦେଖିବା ପରେ ସେ ପୂରା ଭଡକିଯାଇଥିଲେ । ତେବେ ତାଙ୍କର ଏହି ଅସନ୍ତୋଷ ସାନ୍ତ ହିରଦାରାମ ନାଗରରେ ଏକ କାର୍ଯ୍ୟକ୍ରମ ଚାଲିଥିବାବେଲେ ସପଷ୍ଟ ନଜର ଆସିଛି ।

wp:html /wp:html

ଏଥିରେ ସେ କେବଳ ସିନ୍ଧି ଯୁବକଙ୍କୁ ଅଭିଶାପ ଦେବା ପାଇଁ ଚେତାବନୀ ଦେଇନାହାଁନ୍ତି, ବରଂ ସେ ଅଧର୍ମୀକ ତଥା ଧର୍ମବାଦୀମାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଳତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଜ୍ଞା । ସେଠାରେ ଚାଲିଥିଲା କବାଡି ପ୍ରତିଯୋଗିତା । ତେବେ ଆୟୋଜକଙ୍କ ଅନୁରୋଧ କ୍ରମେ ସେ ଏହି କବାଡି ଖେଳରେ ବାଗ ନେଇଥିଲେ । ସେ କିଛି ସେକେଣ୍ଡ ପାଇଁ ପଡ଼ିଆରେ ଖେଳିଥିଲେ । ଯାହାକୁ ଜଣେ ଯୁବକ ସୋସିଆଲ ମଡିଆରେ ଭାଇରାଲ୍ କରିଦେଇଥିଲେ ।

ତେବେ ଖାଲି ଭାଇରାଲ କରିନଥିଲେ ଏହାକୁ ଗୋଟିଏ ରୋଗ ସହ ଯୋଡି ଭାଇରାଲ କରିଥିଲେ । ସେ ଜଣେ ସିନ୍ଧି ଯୁବକଙ୍କର ଏହି କାର୍ଯ୍ୟକୁ ଜଣେ ଅଧର୍ମବାଦୀ ସହିତ ତୁଳନା କରିଛନ୍ତି ସାଧ୍ୱୀ । ସାଧ୍ୱୀ ସିନ୍ଧି ଯୁବକଙ୍କୁ ଅଭିଶାପ ଦେବା ସହ ଚେତାବନୀ ଦେଇ କହିଛନ୍ତି ଯେ ଯେତେବେଳେ ସନ୍ଥଙ୍କ ଅଭିଶାପରୁ କଂସ ଓ ରାବଣ ଭଳି ରାଜା ରକ୍ଷା ପାଇନାହାଁନ୍ତି । ସେଠି ଜଣେ ଧର୍ମବାଦୀ କିମ୍ବା ଅଧାର୍ମିକ କିପରି ରକ୍ଷା ପାଇପାରିବେ ? ସେ ନିଜକୁ ଜଣେ ଦେଶପ୍ରେମୀ ଏବଂ ବିପ୍ଳବୀ ବୋଲି ମଧ୍ୟ କହିଥିଲେ । ତାଙ୍କ ପରି ଭ୍ରାନ୍ତ ବ୍ୟକ୍ତିମାନେ ଜାଣିବା ଉଚିତ୍ ଯେ ସାଧୁଙ୍କୁ ଆଘାତ କରିବାର ଫଳାଫଳ କ’ଣ ହୁଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.