ଆଞ୍ଜେଲା ମର୍କେଲଙ୍କ ଯୁଗର ଅବସାନ, ଜର୍ମାନୀର ନୂଆ ଚାନସେଲର ହେଲେ ଓଲାଫ ସଲତଜ୍

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୦୮/୧୨ : ଜର୍ମାନକୁ ମିଳିଲେ ନୂଆ ଶାସକ। ସଂସଦରେ ବହୁମତରେ ଓଲାଫ ସଲତଜଙ୍କୁ ଦେଶର ଶାସନ ମୁଖ୍ୟ ଭାବେ ନିର୍ବାଚିତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ଦୀର୍ଘ ୧୬ ବର୍ଷର ଶାସନ ପରେ ଓଲାଫ ସତଲଜ୍‌ଙ୍କ ଯୁଗର ଆରମ୍ଭ ହୋଇଛି । ନୂଆ ନିର୍ବାଚିତ ସରକାର ପାଇଁ କରୋନା ମହାମାରୀ ଓ ଜଳବାୟୁ ସମସ୍ୟା ପ୍ରମୁଖ ଚ୍ୟାଲେଞ୍ଜ ରହିଛି । ନୂଆ ଚାନ୍ସେଲର ଚୟନ ପାଇଁ ସଂସଦର(ସଂସଦ) ନିମ୍ନ ସଦନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।ଏଥିରେ ଜର୍ମାନୀର ସଂସଦର ବାଚସ୍ପତି ପ୍ରଥମେ ଭୋଟ ଦେଇଥିଲେ। ପରେ ଜର୍ମାନୀର ସଂସଦ କୁହାଯାଉଥିବା ବୁଡ଼େସଙ୍ଗେରର ସମସ୍ତ ସଦସ୍ୟମାନେ ଭୋଟ ଦେଇଥିଲେ। ସର୍ବ ମୋଟ ୭୦୭ଟି ଭୋଟରୁ ୩୯୫ଟି ଭୋଟ ଓଲାଫ ସତଲଜଙ୍କ ସପକ୍ଷରେ ଥିଲା। ଏହା ପରେ ଓଲାଫଙ୍କୁ ଆନୁଷ୍ଠାନିକ ଭାବେ ଜର୍ମାନୀର ନୂଆ ଚାନ୍ସେଲର ଭାବେ ଘୋଷଣା କରାଯାଇଛି।

ହୋଇଥିବା ନିର୍ବାଚନରେ ସଲତଜଙ୍କ ଟ୍ରାଫିକ ଲାଇଟ ମେଣ୍ଟର ସଦସ୍ୟମାନେ ତାଙ୍କ ତାଙ୍କୁ ଭୋଟ ଦେଇ ନାହାନ୍ତି। ଏହି ମେଣ୍ଟରେ ଥିବା ସମସ୍ତ ଏସଡିପି, ଏଫଡିପି ଓ ଗ୍ରୀନ୍ସ ପାର୍ଟିର ସମସ୍ତ ସଭ୍ୟ ଯଦି ତାଙ୍କୁ ଭୋଟ ଦେଇଥାଆନ୍ତେ ତା ହେଲେ ସେ ୪୧୬ ଖଣ୍ଡ ଭୋଟ୍ ପାଇଥାନ୍ତେ। ତାଙ୍କ ବିରୋଧରେ ୩୦୩ଟି ଭୋଟ୍ ପଡିଥିବା ବେଳେ ୬ଜଣ ସାଂସଦ ଭୋଟ୍ ପ୍ରକ୍ରିୟାରେ ସାମିଲ୍ ହୋଇ ନାହାନ୍ତି । ସଲତଜ୍ ଆଞ୍ଜେଲା ମର୍କେଲାଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଓ ଉପ ଚାନ୍ସେଲର ଭାବେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ବହୁମତରେ ଜିତିଥିବା ନୂଆ ଚାନ୍ସେଲରଙ୍କୁ ଜର୍ମାନୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଫ୍ରାଙ୍କ ବାଲ୍ଟର ସଟାଇନମାୟରରେ ତାଙ୍କୁ ପଦ ଓ ଗୋପନୀୟତାକର ଶପଥ ପାଠ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.