Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

Ola ଖୋଲିବାକୁ ଯାଉଛି ବିଶ୍ବର ସବୁଠୁ ବଡ଼ ସ୍କୁଟର ଫ୍ୟାକ୍ଟ୍ରି : ୧୦,୦୦୦ଲୋକଙ୍କୁ ମିଳିବ ଚାକିରୀ ସୁଯୋଗ

15/12/2020 at 12:17 PM

ନୂଆଦିଲ୍ଲୀ ୧୫/୧୨: ଭାରତର ପ୍ରମୁଖ କ୍ୟାବ୍ କମ୍ପାନୀ Ola ଘୋଷଣା କରିଛି ଯେ ସେ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତିରେ ହସ୍ତାକ୍ଷର କରିଛି। କମ୍ପାନୀ ଏଠାରେ ସବୁଠୁ ବଡ଼ ସ୍କୁଟର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛି। କମ୍ପାନୀର ଦାବି ରହିଛି ଯେ ଏହି ନୂଆ ଫ୍ୟାକ୍ଟ୍ରିର ଆରମ୍ଭ ହେବା ସହ ତାମିଲନାଡ଼ୁରେ ବହୁଳ ମାତ୍ରାରେ ଲୋକଙ୍କୁ ଚାକିରୀ ମିଳିବାର ସୁଯୋଗ ସୃଷ୍ଟି ହେବ।

କମ୍ପାନୀ ଦ୍ବାରା ପ୍ରାପ୍ତ ସୂଚନା ଅନୁସାରେ Ola ଏହି ଫ୍ୟାକ୍ଟ୍ରିର ନିର୍ମାଣରେ ପାଖାପାଖି ୨,୪୦୦କୋଟି ଟଙ୍କାର ବିନିଯୋଗ କରିବ। ଏହି ଫ୍ୟାକ୍ଟ୍ରିର ବାର୍ଷିକ ଉତ୍ପାଦନ କ୍ଷମତା ୨୦ଲକ୍ଷ ୟୁନିଟସ୍ ରହିବ। ଏହି ଫ୍ୟାକ୍ଟ୍ରିରୁ ୧୦,୦୦୦ଲୋକଙ୍କ ଚାକିରୀ ମିଳିବାର ସମ୍ଭାବନ ରହିଛି। କମ୍ପାନୀର କହିବା ଅନୁସାରେ ଏହି ଫ୍ୟାକ୍ଟ୍ରି କେବଳ ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଏହା ଦ୍ବାରା ଦେଶର ପ୍ରାଯୁକ୍ତିକ କ୍ଷେତ୍ରରେ ବଳ ମିଳିବ। ଇଲେକ୍ଟ୍ରିକ ମୋବିଲିଟି କ୍ଷେତ୍ରରେ ଲୋକାଲ୍ ମାନୁଫ୍ୟାକ୍ଚରିଂକୁ ମଧ୍ୟ ଗୁରୁତ୍ବ ମିଳିବ।

ଏହି ଫ୍ୟାକ୍ଟ୍ରିରେ ନିର୍ମିତ ଗାଡ଼ିଗୁଡ଼ିକୁ ୟୁରୋପୀୟ,ଏସିୟ ଏବଂ ଲାଟିନ୍ ଆମେରିକୀୟ ବଜାରରେ ମଧ୍ୟ ରପ୍ତାନୀ କରାଯିବ। କମ୍ପାନୀ ଖୁବ୍ ଶୀଘ୍ର ବଜାରରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାର ପ୍ରସ୍ତୁତି କରୁଛି। ଏହା ପୂର୍ବରୁ କମ୍ପାନୀ ଘୋଷଣା କରିଥିଲା ଯେ ସେ ନିଜ ଇଲେକ୍ଟ୍ରିକ୍ ମୋବିଲିଟି ବିଜନେସ୍ ପାଇଁ ୨୦୦୦ଲୋକଙ୍କୁ ହାୟର କରିବ।

ଭାରତରେ ମଧ୍ୟ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଛି,ଖାସ୍ କରି ଦୁଇ ଚକିଆ ସେଗମେଣ୍ଟରେ ଲୋକେ ଅଧିକ ଆଗ୍ରହ ଦେଖାଉଛନ୍ତି। ଏବର୍ଷ ଆରମ୍ଭରେ ବଜାଜ ଅଟୋ ନିଜ ଚେତକ ଏବଂ TVS Motors ଆଇକ୍ୟୁବ୍ ଇଲେକ୍ଟ୍ରିକ ସ୍କୁଟରକୁ ବଜାରରେ ଛଡ଼ାଯିବ। ଏହା ବ୍ୟତୀତ ବଜାରରେ ଇଲେକ୍ଟ୍ରିକ୍ କାରର ମଧ୍ୟ ବିସ୍ତୃତ ରେଞ୍ଜ ରହିଛି।

   Related Posts