ଓଲା ଲଞ୍ଚ କରିବ ସେଲ୍ଫ ଡ୍ରାଇଭ ଗାଡି : ବିନିଯୋଗ ହେବ ୫୦ କୋଟି ଟଙ୍କା

Published By : Prameya-News7 Bureau | March 28, 2019 IST

ଦିଲ୍ଲୀ ୨୮/୩ : କ୍ୟାବ ସେବା ଯୋଗାଉଥିବା ଓଲା ଏବେ ଦେଶ ସାରା ସେଲ୍ଫ ଡ୍ରାଇଭ ଗାଡି ଲଞ୍ଚ କରିବାକୁ ଯାଉଛି | ଏଥିପାଇଁ କମ୍ପାନୀ ୫୦ କୋଟି ଟଙ୍କା ବିନିଯୋଗ କରିବା ପାଇଁ ପ୍ଲାନ କରିଛି | ଏଥିପାଇଁ ଦେଶର ପ୍ରମୁଖ ସହରରେ ପାଇଲଟ ଯୋଜନାରେ କାମ ଆରମ୍ଭ କରାଯିବ |


ଓଲା ସେଲ୍ଫ ଡ୍ରାଇଭ ଯୋଜନାରେ ୧୦ ହଜାର ଗାଡି ଲଞ୍ଚ କରାଯିବ | ଏସୟୁଭି ଏବଂ ଲକ୍ଜୁରୀ ଗାଡି ମଧ୍ୟ ଲଞ୍ଚ କରାଯିବ | କମ୍ପାନୀର ଜଣେ ପ୍ରତିନିଧି କହିଛନ୍ତି ଯେ, କମ୍ପାନୀ ଭଡା, ସବସ୍କ୍ରିପସନ ଏବଂ କର୍ପୋରେଟ ଭଡା ଫର୍ମାଟ ହିସାବରେ କାମ କରାଯିବ |

{"id":97746}


କମ୍ପାନୀ ଏଥିପାଇଁ ବହୁ ପୁରୁଣା ଅଟୋ କମ୍ପାନୀ ହ୍ୟୁଣ୍ଡାଇ ଏବଂ କିୟା ମୋଟର୍ସ ସହିତ ଚୁକ୍ତି କରିଛି | ହ୍ୟୁଣ୍ଡାଇ ମୋଟର୍ସ ଏବଂ କିୟା ମୋଟର୍ସ ଅନଲାଇନ ଟ୍ୟାକ୍ସି ବୁକିଂ ସେବା ଯୋଗାଉଥିବା ଓଲା କମ୍ପାନୀରେ ୩୦ କୋଟି ଡଲାର ବିନିଯୋଗ କରିବ |


ବାହାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାରେ ଭାରତ ଏକ ପ୍ରମୁଖ ବଜାର | ଏହାକୁ ନଜରରେ ରଖି ଦୁଇ କମ୍ପାନୀ ଓଲା କ୍ୟାବ ସେବାରେ ଟଙ୍କା ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ଏହି ବିନିଯୋଗ ୨ କମ୍ପାନୀର ଏପର୍ଯ୍ୟନ୍ତ ସବୁଠାରୁ ବଡ ବିନିଯୋଗ ହେବ ବୋଲି କୁହାଯାଉଛି |

{"id":97747}


ଏହାଛଡା କମ୍ପାନୀ ବଜାରରେ ବାଇକ ଏବଂ ଇ-ଗାଡି ସେବା ମଧ୍ୟ ଲଞ୍ଚ କରିବ | ଗତବର୍ଷ କମ୍ପାନୀ ବାହାର ସହରକୁ ଭଡାରେ ଗାଡି ଯୋଗେଇଦେବା ସୁବିଧା ଆରମ୍ଭ କରିଥିଲା | ୩ କମ୍ପାନୀ ଭାରତୀୟ ବଜାରରେ ଇ-ବାହାନ ସୁବିଧାକୁ ବିକଶିତ କରିବ ପାଇଁ ଏହିଭଳି ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି |


ଓଲାର ସହକାରୀ ଅଫିସର ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭବିଷ ଅଗ୍ରୱାଲ କହିଛନ୍ତି ଯେ, ଏହି ଚୁକ୍ତି ଦ୍ୱାରା ଭାରତ ବଜାରରେ ନୂଆ ପିଢ଼ି ପାଇଁ ପରିବହନ ସୁବିଧା ମିଳିବ | ଅନଲାଇନ ଶପିଙ୍ଗ ସାଇଟ ଫ୍ଲିପକାର୍ଟର ସଂସ୍ଥାପକ ଥିବା ସଚିନ ବଂଶଲ ଓଲା କ୍ୟାବରେ ୧୫୦ କୋଟି ଟଙ୍କା ବିନିଯୋଗ କରିଥିଲେ | ସଚିନ ଓଲାକୁ ସଂଚାଳନ କରୁଥିବା ଏଏନଆଇ କମ୍ପାନୀ ଟେକ୍ନୋଲୋଜିର ୭୦,୫୮୮ ରୁ ଅଧିକ ଜେ ସିରିଜର ସେୟାର କିଣିଥିଲେ | ପ୍ରତ୍ୟେକ ସେୟାର ପାଇଁ ସଚିନ ୨୧,୨୫୦ ଟଙ୍କା ସୁଝିଥିଲେ | ସଚିନ ନିବେଶ କରିବା ପରେ କମ୍ପାନୀର ମାର୍କେଟ ଭେଲ୍ୟୁ ୫୭୦ କୋଟି ଡଲାର ହୋଇଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.