ବଜାରକୁ ଆସୁଛି ଓଲାର ଇ-ସ୍କୁଟର : ମାତ୍ର ୪୯୯ରେ କରନ୍ତୁ ବୁକିଂ, ଥରେ ଚାର୍ଜ ହେଲେ ଯିବ ଏତେ କିମି...

Published By : Prameya-News7 Bureau | July 16, 2021 IST

ନୂଆଦିଲ୍ଲୀ, ୧୬।୦୭ :   ଓଲା ନିଜର ବହୁ ପ୍ରତିକ୍ଷୀତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍ କରିବାକୁ ଯାଉଛି । ଏହାର ବିକ୍ରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ ଆରମ୍ଭ ହେବ । ତେବେ ସ୍କୁଟରର ବୁକିଂ ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଗ୍ରାହକ କମ୍ପାନୀର ଓ୍ୱେବସାଇଟରେ ଏହାକୁ ଅନଲାଇନ୍ ବୁକିଂ କରିପାରିବେ । ଏହି ସ୍କୁଟର ଆଥର୍ ୪୫୦ ଏକ୍ସ, ଆଇକ୍ୟୁବ୍ ଓ ବଜାଜ ଚେତକକୁ କ଼ଡା ଟକ୍କର ଦେବ ।

ନିକଟରେ ଓଲାର ମୁଖ୍ୟ ଭବିଷ ଅଗ୍ରଓ୍ୱାଲ କହିଥିଲେ ଯେ, ସେ ଅପକମିଂ ସ୍କୁଟରର ଅନେକ ଫିଚର୍ସ ବାବଦରେ ଖୁଲାସା କରିଛନ୍ତି । କମ୍ପାନୀର ଗ୍ରୁପ୍ ସିଇଓ ଟ୍ୱିଟରରେ ଘୋଷଣା କରିଥିଲେ ଯେ, ଏଥିରେ ସବୁଠୁ ଅଧିକ ବୁଟ୍ ସ୍ପେସ୍, ଆପ୍ ଆଧାରିତ କିଲେସ୍ ଆକ୍ସେସ୍ ଓ ସେଗମେଣ୍ଟ୍ ଭଳି ସୁବିଧା ମିଳିବ । ସ୍କୁଟରରୁ ବୁକ୍ କରିବା ପାଇଁ ୪୯୯ ଟଙ୍କା ଖର୍ଚ୍ଚ ହେବ ।

wp:html /wp:html

ପୂର୍ବ ଦାବି ଅନୁସାରେ, ଓଲାର ଭବିଷ୍ୟତର ସ୍କୁଟର  କେବଳ ୧୮ ମିନିଟରେ ୫୦ ପ୍ରତିଶତ ଚାର୍ଜ ହେବ । ଏହା ଅଧା ଚାର୍ଜ ହେଲେ ୭୫ କିମି ଯାଇପାରିବ । ପୁରା ଚାର୍ଜ ହେଲେ ଏହା ୧୫୦ କିମି ଯାଇପାରିବ । ଯାହା ଅନ୍ୟ ସ୍କୁଟରର ଲମ୍ବା ମାଇଲେଜକୁ ଟକ୍କର ଦେଇପାରିବ । ସେହିପରି ସ୍କୁଟରରେ ଫୁଲ୍ ଏଲଇଡି ଲାଇଟିଂ, ଫାଷ୍ଟ୍ ଚାର୍ଜର କ୍ଷମତା, ଫ୍ରଣ୍ଟ୍ ଡିସ୍କ ବ୍ରେକ୍ ଓ ବହୁତ କିଛି ରହିଛି । ଆଉ କିଛି ଦିନ ପରେ ସ୍କୁଟର ବାବଦରେ ସବୁ ତଥ୍ୟ ମିଳିଯିବ ।

{"id":481297,"sizeSlug":"large","linkDestination":"none"}

ତେବେ ଜୁଲାଇ ଶେଷ ସୁଦ୍ଧା ଏହାର ବିକ୍ରି ଆରମ୍ଭ ହୋଇଯିବ । ଏହାର ଦାମ୍ ୧ ଲକ୍ଷରୁ ୧ ଲକ୍ଷ ୨୦ ହଜାର ମଧ୍ୟରେ ରହିବ ବୋଲି ଆଶା କରାଯାଉଛି । କମ୍ପାନୀ ୨୦୨୨ ସୁଦ୍ଧା ସାରା ବିଶ୍ୱର ୧୫ ପ୍ରତିଶତ ଇସ୍କୁଟର ତିଆରି କରିବା ନେଇ ଲକ୍ଷ୍ୟ ରଖିଛି । କମ୍ପାନୀ ଏହି ସ୍କୁଟରକୁ ରପ୍ତାନୀ ମଧ୍ୟ କରିବାକୁ ଚାହୁଁଛି । କାରଣ କରୋନା ପାଇଁ ୨୦୨୦ରେ କମ୍ପାନୀର ଆୟ ୯୬ ପ୍ରତିଶତ ହ୍ରାସ ପାଇଥିଲା । ଫଳରେ ୧୪୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ହୋଇଥିଲା ।

ସୂଚନାଯୋଗ୍ୟ, ଓଲା ଇଲେକ୍ଟ୍ରିକର ସ୍ଥାପନା ୨୦୧୭ରେ ହୋଇଥିଲା । ୨୦୧୯ରେ ଏହା ୟୁନିକର୍ଣ୍ଣ କ୍ଲବରେ ପ୍ରବେଶ କରିଥିଲା । ଏହା ଟାଇଗର୍ ଗ୍ଲୋବାଲ ମ୍ୟାନେଜମେଣ୍ଟ, ସଫ୍ଟବ୍ୟାଙ୍କ୍, ଟାଟା ସନ୍ସ, ମ୍ୟାଟ୍ରିକ୍ସ ପାର୍ଟନର ଓ ହ୍ୟୁଣ୍ଡାଇ ମୋଟର୍ସ ଭଳି କିଛି କମ୍ପାନୀର ନିବେଶକଙ୍କଠାରୁ ୩୦୭ ମିଲିୟନ ଡଲାର୍ସ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.