ରାଜଧାନୀରେ କୁକୁର ଛୁଆଙ୍କ ଉପରେ କାର୍‌ ଚଢାଇ ଗିରଫ ହେଲେ ଓଲା ଡ୍ରାଇଭର୍‌

Published By : Prameya-News7 Bureau | November 18, 2019 IST


ଭୁବନେଶ୍ୱର ୧୮।୧୧ - ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟ ଆଗରେ କୁକୁର ଛୁଆଙ୍କୁ କାର୍‌ ଚଢାଇ ମାରିଦେବା ଘଟଣାରେ ଓଲା ଡ୍ରାଇଭର୍‌ଙ୍କୁ ପୁଲିସ୍‌ ଗିରଫ କରିଛି । ଶୈଳଶ୍ରୀ ବିହାରରେ ଥିବା ଏକ ଆପାର୍ଟମେଣ୍ଟ ଆଗରେ ରବିବାର ରାତିରେ ୪ଟି କୁକୁର ଛୁଆଙ୍କ ଉପରେ କାହ୍ନୁ ଚରଣ ଗିରି ନାମକ ଡ୍ରାଇଭର୍‌ କାର୍‌ ଚଢାଇ ଦେଇଥିଲେ । ଏହାପରେ ପଶୁଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥା ଥାନାରେ ମାମଲା ରୁଜୁ କରିଥିଲା ।

କାହ୍ନ ଦ୍ରୁତ ଗତିରେ ଘରକୁ ଫେରୁଥିଲେ । ଏହି ସମୟରେ ସେ କାର୍‌ ଉପରୁ ନିୟନ୍ତ୍ରଣ ହରାଇ କୁକୁର ଛୁଆଙ୍କ ଉପରେ ଚଢାଇ ଦେଇଥିଲେ। ସେଠାରୁ ସେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ । ପରେ ଚନ୍ଦ୍ର ଶେଖରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୨୭୯, ୪୨୮ ଓ ପଶୁ ହିଂସା ନିରାକରଣ ଆଇନ ୧୮୪ ଅନୁସାରେ ଏକ ମାମଲା ରୁଜୁ ଗୋଇଥିଲା । ଏହାପରେ ପୁଲିସ ସମ୍ପୃକ୍ତ ଡ୍ରାଇଭର୍‌ଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.