Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଲକାତାର ମଡେଲଙ୍କୁ ନିର୍ମମଭାବେ ହତ୍ୟା କଲା ଓଲା ଡ୍ରାଇଭର : ଅଭିଯୁକ୍ତ ଗିରଫ

25/08/2019 at 12:08 PM

ବେଙ୍ଗାଲୁରୁ ୨୫/୮: ବେଙ୍ଗାଲୁରୁର କେମ୍ପେଗୌଡ଼ା ଏୟାରପୋର୍ଟରେ ପାଖରେ ଏକ ଓଲା କ୍ୟାବ ଡ୍ରାଇଭର ଜଣେ ମଡେଲଙ୍କୁ ହତ୍ୟା କରିଛି। ପଶ୍ଚିମବଙ୍ଗର ମଡେଲ୍ କମ୍ ଇଭେଣ୍ଟ ମ୍ୟାନେଜର ପୂଜା ସିଂହ(୩୨) ଏୟାରପୋର୍ଟକୁ ଯାଉଥିବାବେଳେ ଡ୍ରାଇଭର ତାଙ୍କୁ ହତ୍ୟା କରିଥିଲା। କ୍ୟାବ ଡ୍ରାଇଭର ପ୍ରଥମେ ପୂଜାଙ୍କ ଜିନିଷ ଲୁଟ୍ କରିବାକୁ ଉଦ୍ୟମ କରିଥିଲା ଏବଂ ଏଥିରେ ବିଫଳ ହେବାରୁ ତାଙ୍କୁ ହତ୍ୟା କରିଥିଲା। ପୋଲିସ୍ ଅଗଷ୍ଟ ୨୧ତାରିଖରେ  ଅଭିଯୁକ୍ତ ଡ୍ରାଇଭର ନାଗେଶକୁ ଗିରଫ କରିଥିଲା।

ପୋଲିସର କହିବାନୁସାରେ ପୂଜା ଏକ ଇଭେଣ୍ଟ ପାଇଁ ଜୁଲାଇ ୩୦ତାରିଖରେ ବେଙ୍ଗାଲୁରୁ ଆସିଥିଲେ ଏବଂ ସେ ପଶ୍ଚିମବଙ୍ଗକୁ ଫେରିଥିଲେ। ସେହି ସମୟରେ ତାଙ୍କୁ ହତ୍ୟା କରାଯାଇଛି। ପୂଜାଙ୍କ ଶରୀରରେ ଅନେକ ଥର ଛୁରୀ​‌ରେ ଆକ୍ରମଣ କରାଯାଇଛି। ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଚିହ୍ନ ରହିଛି। ଇଲାକାଈ ଗାଁର ଲୋକଙ୍କୁ ତାଙ୍କ ମୃତଦେହ ଏୟାରପୋର୍ଟ ପାଖରେ ମିଳିଥିଲା ଯାହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଏହି ମାମଲାକୁ ନେଇ ପାଖାପାଖି ମାସେ ଯାଏଁ ତଦନ୍ତ କରିଥିଲା କିନ୍ତୁ ଶେଷରେ ପୂଜାଙ୍କ ଟାଇଟନ୍ ଘଣ୍ଟା,ଜିନ୍ସ ଏବଂ ବ୍ରାଣ୍ଡେଡ ଜୋତା ସାହାଯ୍ୟରେ ଏହି ମାମଲାକୁ ସମାଧାନ କରିଥିଲା। ପୋଲିସ କହିଥିଲା ଯେ ସେଦିନ ପୂଜା ଏୟାରପୋର୍ଟ ପହଞ୍ଚିବା ପାଇଁ ଓଲା କ୍ୟାବ୍ ବୁକ୍ କରିଥିଲେ। ଡ୍ରାଇଭର ଗାଡ଼ିକୁ ଅନ୍ୟ ରାସ୍ତାରେ ନେଇ ଯାଇଥିଲା ଏବଂ ଶୁନଶାନ ସ୍ଥାନରେ ନେଇ ଗାଡ଼ି ରଖି ପୂଜାଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ପୂଜା ଟଙ୍କା ଦେବାକୁ ମନା କରିଥିଲେ।

ଏହାପରେ ଡ୍ରାଇଭର ରଡ଼ରେ ତାଙ୍କୁ ଆକ୍ରମଣ କରିଥିଲା। ଏହାପରେ ପୂଜା ସଂଜ୍ଞାହୀନ ହୋଇଯାଇଥିଲେ। କ୍ୟାବ ଡ୍ରାଇଭର ପୂଜାଠୁ ୨ଟି ମୋବାଇଲ୍ ଏବଂ ୫୦୦ଟଙ୍କା ନେଇଯାଇଥିଲା। ଡ୍ରାଇଭର ପୂଜାକୁ ନେଇ ଯୋଜନାବଦ୍ଧ ସ୍ଥାନକୁ ନେଇ ଯାଉଥିବାବେ​ଳେ ପୂଜାଙ୍କ ହୋସ୍ ଆସିଯାଇଥିଲା ଏବଂ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଡ୍ରାଇଭରକୁ ଆକ୍ରମଣ କରିଥିଲା। ଏହାପରେ ଡ୍ରାଇଭର ପୂଜାଙ୍କ ଶରୀରରେ ଅନେକ ଥର ଛୁରୀ ଭୁଷିଥିଲା ଏବଂ ତାଙ୍କ ମୁଣ୍ଡକୁ  ପଥରରେ ଛେଚି ଦେଇଥିଲା।

   Related Posts