ଓଃ ! କି ବିକୃତ ମାନସିକତା : ଓଲା କ୍ୟାବ ଡ୍ରାଇଭରଙ୍କୁ କିଡନାପ କରି ୪ ଦୁର୍ବୃତ୍ତ କହିଲେ ସ୍ତ୍ରୀକୁ ଭିଡିଓ କଲ କରି ନଗ୍ନ ହେବାକୁ କୁହ, ତାପରେ ନେଲେ ସ୍କ୍ରିନ ସଟ୍…

Published By : Prameya-News7 Bureau | December 04, 2018 IST

ବାଙ୍ଗାଲୁରୁ ୪/୧୨ : ୪ ଜଣ ଯୁବକ ଏକ ଓଲା କ୍ୟାବ ବୁକ କଲେ ଏବଂ ଓଲା ଡ୍ରାଇଭରଙ୍କୁ କିଡନାପ କରିନେଲେ | ଏହାପରେ ଡ୍ରାଇଭରଙ୍କ ସ୍ତ୍ରୀଙ୍କୁ ଭିଡିଓ କଲ କରି ନଗ୍ନ ହେବା ପାଇଁ କହି ତାଙ୍କର ସ୍କ୍ରିନ ସଟ ନେଇଥିଲେ | ନଭେମ୍ବର ୩୦ ତାରିଖ ରାତି ସେହି ଓଲା କ୍ୟାବ ଡ୍ରାଇଭରଙ୍କ ପାଇଁ ଥିଲା ସବୁଠାରୁ ଖରାପ ରାତି | ନଭେମ୍ବର ୩୦ ତାରିଖ ରାତିରେ ଅଡ଼ୁଗୋଡ଼ି ଠାରୁ ଡୋମାସାନ୍ଦ୍ରକୁ ବୁକ ହୋଇଥିବା ଓଲା | ଡ୍ରାଇଭର ସେହି ପାଖ ଅଂଚଳରେ ଥିଲେ | ସେ ବୁକିଂ ଗ୍ରହଣ କରିଥିଲେ | ଡ୍ରାଇଭର ଜଣକ ହେଲେ ସୋମାଶେଖର | ରାତି ପ୍ରାୟ ୧୦ଟା ବେଳେ ୪ଜଣ ଯୁବକ ଏହି ଓଲା ବୁକିଂ କରିଥିଲେ | ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚିବା ପରେ ସେମାନେ ଡ୍ରାଇଭରଙ୍କୁ ଆଉ କିଛି ବାଟ ଆଗକୁ ଯିବା ପାଇଁ କହିଥିଲେ | ଯେଉଁପଟେ ସେମାନଙ୍କ ଘର ଥିଲା | ଡ୍ରାଇଭର ଯୁବକମାନଙ୍କ କହିବାନୁଯାୟୀ ଆଗକୁ ବଢିଲେ | କିଛି ବାଟ ଗଲାପରେ ଏକ ଶୂନଶାନ ଜାଗାରେ ଗାଡି ରଖିବା ପାଇଁ କହିଥିଲେ | ଡ୍ରାଇଭର ସେଠାରେ ଗାଡି ରଖିଥିଲେ | ଏହା ପରେ ୪ଜଣ ଯୁବକ ଡ୍ରାଇଭରଙ୍କୁ ମାଡ ମାରିବା ସହ ତାଙ୍କ କାର ଚାବି ଛଡେଇ ନେଇଥିଲେ | ଏହାପରେ ସେମାନେ ଡ୍ରାଇଭରଙ୍କୁ କାରର ପଛପଟ ସିଟରେ ବାନ୍ଧି ଦେଇଥିଲେ | ଏହାପରେ ୪ଜଣ ଯୁବକମାନଙ୍କ ମଧ୍ୟରୁ ଜଣେ କାର ଡ୍ରାଇଭ କରି ରାମନଗର ପାଖରେ ଥିବା ଶ୍ମଶାନ ଆଡକୁ ଗଲେ | ସେଠାରେ ସେମାନେ ଡ୍ରାଇଭରଙ୍କୁ ନିର୍ଯ୍ୟାତନା ଦେଇ ତାଙ୍କୁ ଟଙ୍କା ଦାବି କରିଥିଲେ | ଡ୍ରାଇଭର ସେମାନଙ୍କୁ ୯ହଜାର ଟଙ୍କା ଏବଂ ପେଟିଏମ ମାଧ୍ୟମରେ ୨୦ ହଜାର ଦେଇଥିଲେ | ତଥାପି ୪ଜଣ ଦୁର୍ବୁର୍ତ୍ତଙ୍କ ନିର୍ଯ୍ୟାତନା ସେଇଠି ଶେଷ ହୋଇନଥିଲା | ସେଠାରୁ ସେମାନେ ଡ୍ରାଇଭରଙ୍କୁ ଅନ୍ୟ ଏକ ପରିତ୍ୟକ୍ତ ଜାଗାକୁ ନେଇଯାଇଥିଲେ | ସେଠାରେ ସେମାନେ ଡ୍ରାଇଭରଙ୍କୁ ନିଜ ସ୍ତ୍ରୀକୁ ଭିଡିଓ କଲ କରିବା ପାଇଁ ବାଧ୍ୟ କରିଥିଲେ | ଭିଡିଓ କଲରେ ସେମାନେ ଡ୍ରାଇଭରଙ୍କ ସ୍ତ୍ରୀକୁ ନଗ୍ନ ହେବା ପାଇଁ ବାଧ୍ୟ କରିଥିଲେ | କିନ୍ତୁ ଡ୍ରାଇଭରଙ୍କ ସ୍ତ୍ରୀ ମନା କରିଦେବାରୁ ୪ଜଣ ତାଙ୍କୁ ଆହୁରି ନିର୍ଯ୍ୟାତନା ଦେଇଥିଲେ | ସ୍ୱାମୀଙ୍କୁ ମାଡ ମାରୁଥିବା ଦେଉଥିବା ଦେଖି ସ୍ତ୍ରୀ ସାହିପାରିନଥିଲେ ଏବଂ ୪ଜଣଙ୍କ କଥାରେ ରାଜି ହୋଇଯାଇଥିଲେ | ୪ଜଣ ଦୁର୍ବୁର୍ତ୍ତ ଡ୍ରାଇଭରଙ୍କ ସ୍ତ୍ରୀର ନଗ୍ନ ଭିଡିଓର ସ୍କ୍ରିନ ସଟ ନେଇଯାଇଥିଲେ | ଏହାପରେ ସେମାନେ ଡ୍ରାଇଭରଙ୍କୁ ଏକ ଲଜକୁ ନେଇଯାଇଥିଲେ | କିନ୍ତୁ ଡ୍ରାଇଭର ସେଠାରୁ କୌଶଳକ୍ରମେ ଖସି ଯାଇଥିଲେ | ଡ୍ରାଇଭର ସେଠାରୁ ଅଡ଼ୁଗୋଡ଼ି ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଏକ ବ୍ଲାକମେଲ ମାମଲା ଦାଏର କରିବା ସହ ମହିଳାଙ୍କୁ ଅସଦାଚରଣ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.