Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏଁ ଓଜେଇଇ ପରୀକ୍ଷା

18/09/2020 at 6:47 PM

ଭୁବନେଶ୍ଵର ୧୮।୦୯: କରୋନା କାଳରେ ସମଗ୍ର ଦେଶରେ ଏନଟିଏ ପକ୍ଷରୁ ନିକଟରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜିତ ହୋଇ ସାରିଛି। ଏହି କ୍ରମରେ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।  ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ଏହି ପରୀକ୍ଷା ଆୟୋଜିତ ହେବ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ସମଗ୍ର ଦେଶରେ କରୋନା ମହାମାରୀ ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଏବଂ ଗାଇଡ୍‌ଲାଇନ୍‌ ମଧ୍ୟରେ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ୮୫ ରୁ ୯୦ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହା ପରେ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ଆୟୋଜିତ ହୋଇଥିଲା।

   Related Posts