Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ

17/10/2021 at 8:28 AM

ଭୁବନେଶ୍ୱର,୧୭/୧୦: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଜିଠୁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍‌, ବିଆର୍କ, ବିପ୍ଲାନ୍‌, ବିକ୍ୟାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମର କାଉନ୍‌ସେଲିଂ ହେବ । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ରେ ଦେଖିପାରିବେ ।

ଆଜିଠୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ୍‌ ଲକିଂ ଆରମ୍ଭ ହେବ । ଯାହା ୨ ତାରିଖରେ ସରିବ । ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ । ୫ରୁ ୮ ତାରିଖ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ରିପୋର୍ଟିଂ ଓ ଫି’ ଦାଖଲ କରିବେ । ଏହାପରେ ବିଟେକ୍‌ ର‌୍ୟାଙ୍କଧାରୀ ଓ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍‌ ର‌୍ୟାଙ୍କଧାରୀମାନେ ସ୍ୱତନ୍ତ୍ର ଓଜେଇଇ ପାଇଁ ୬ରୁ ୧୧ ନଭେମ୍ବର ଯାଏ ପଞ୍ଜୀକରଣ କରିପାରିବେ ।

୧୪ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହେବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୪ରୁ ୧୬ ତାରିଖ ଭିତରେ ଅନ୍‌ଲାଇନ୍‌ ରିପୋର୍ଟିଂ କରିବେ । ୨୧ ନଭେମ୍ବରରେ ଶେଷ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ।

   Related Posts