Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ରାଜ୍ୟ ବାହାରେ ବି ହେବ OJEE ପରୀକ୍ଷା କେନ୍ଦ୍ର: ୧୬ ତାରିଖ ଭିତରେ ଛାତ୍ରଛାତ୍ରୀ ବଦଳାଇପାରିବେ କେନ୍ଦ୍ର

14/08/2020 at 8:08 AM

ଭୁବନେଶ୍ୱର୧୪/୮: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ କର୍ତ୍ତୃପକ୍ଷ ପୁଣି ଅଧିକ ୯ଟି ସହରରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ମାତ୍ର ୮ଟି ସହରର ୨୪ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ମାତ୍ର ଚଳିତ ବର୍ଷ ରାଜ୍ୟ ଭିତରେ ୨୧ଟି ସହର ଓ ରାଜ୍ୟ ବାହାରେ ୩ଟି ସହରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ରାଜ୍ୟ ଭିତରେ ବଲାଙ୍ଗୀର, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ମଧ୍ୟ ଚଳିତ ବର୍ଷ ଓଜେଇଇର ନୂଆ ପରୀକ୍ଷା କେନ୍ଦ୍ର ହେବ ।

ସେହିପରି ରାଜ୍ୟ ବାହାରେ ରାଞ୍ଚି, ପାଟଣା ଓ କୋଲକତାରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ପୂର୍ବରୁ ଓଜେଇଇରେ ମେଡିକାଲ୍‌ ଓ ଡାକ୍ତରୀ ନାମଲେଖା ହେଉଥିବା ବେଳେ ରାଜ୍ୟ ବାହାରେ ପରୀକ୍ଷା ହେଉଥିଲା । ମାତ୍ର ୨୦୧୪ ପରଠୁ ଆଉ ରାଜ୍ୟ ବାହାରେ ପରୀକ୍ଷା ହୋଇନାହିଁ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପୁଣି ରାଜ୍ୟ ବାହାରେ ଅନ୍ୟ ୩ଟି ରାଜ୍ୟରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି ।

କୋଭିଡ୍‌-୧୯ ଗାଇଡଲାଇନକୁ ମାନି ଚଳିତ ବର୍ଷ ସାମାଜିକ ଦୁରତା ଅନୁସାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ତେଣୁ ଚଳିତ ବର୍ଷ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ୍‌ ସେଣ୍ଟର୍‌ ବା ସିବିଟିଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି । ସେହିପରି ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀମାନେ ଆସନ୍ତା ୧୬ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ର ମଧ୍ୟ ପରିବର୍ତ୍ତନ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ଚାନ୍ଦ କହିଛନ୍ତି ।

ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ରାଜ୍ୟ ଭିତରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର ସହରରେ ହେବାକୁ ଥିବା ଓଜେଇଇ କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।

ସେହିପରି ରାଜ୍ୟ ବାହାରେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ, ପଶ୍ଚିମବଙ୍ଗର କୋଲକାତାରେ ଏବଂ ବିହାରର ପାଟଣାରେ ପରୀକ୍ଷା କେନ୍ଦ୍ର ହେବ ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ଚାନ୍ଦ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ବି ଫାର୍ମ, ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌ଟେକ୍‌ ପାର୍ଟ ଟାଇମ୍‌, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମ, ଇଣ୍ଟ୍ରିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍‌ ଏଣ୍ଟ୍ରି(ଡିପ୍ଲୋମା), ଲାଟେରାଲ୍‌ ଏଣ୍ଟ୍ରି-ଟେକ୍‌(ବିଏସ୍‌ସି), ଲାଟେରାଲ୍‌ ଏଣ୍ଟ୍ରି-ଫାର୍ମ ପାଇଁ ଓଜେଇଇ ପରୀକ୍ଷା ଦେବେ । ଇଞ୍ଜିନିୟରିଂ ବିଟେକ୍‌ ପାଇଁ ସ୍ପେଶାଲ୍‌ ଓଜେଇଇ ଦେବେ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   Related Posts