Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଆଜି OJEE : ଜେଇଇ ମେନ୍ ଢାଞ୍ଚାରେ ହେବ, ୮୦ହଜାରରୁ ଅଧିକ ପରିକ୍ଷାର୍ଥୀ ଦେବେ ପରୀକ୍ଷା

12/10/2020 at 8:02 AM

ଭୁବନେଶ୍ୱର ୧୨।୧୦:  ଆଜି ଓଜେଇଇ । କରୋନା ମହାମାରୀ ଓ କଟକଣା ମଧ୍ୟରେ ଆଜି ଏହି ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ମେନ୍ ଢାଞ୍ଚାରେ ଅନୁଷ୍ଠିତ ହେବ ଓଜେଇଇ ।  ଆଜିଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଓଜେଇଇ । ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଦେବେ ୮୦ହଜାରରୁ  ଅଧିକ  ପରୀକ୍ଷାର୍ଥୀ । 

ଓଜେଇଇ ପାଇଁ ରାଜ୍ୟ ବାହାରେ କୋଲକାତା, ରାଞ୍ଚି, ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି ।  ପ୍ରତି ପରୀକ୍ଷା ହଲରେ ୫୦ ପ୍ରତିଶତ ପରୀକ୍ଷାର୍ଥୀ ବସିବେ ।  ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ଓ ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ଏଭଳି ୩ଟି  ସିଟିଂରେ କରାଯିବ ।

ପରୀକ୍ଷା କେନ୍ଦ୍ର ଗୁଡିକୁ ଠିକ ଭାବେ ସାନିଟାଇଜ ସହ କମ୍ପ୍ୟୁଟର ବେସଡ ଟେଷ୍ଟ  ପାଇଁ ବ୍ୟବହୃତ ହେବକୁ ଥିବା କମ୍ପ୍ୟୁଟର, ମାଉସ, କିବୋର୍ଡ ଓ ଅନ୍ୟାନ୍ୟ ଆସବାବ ପତ୍ର ଗୁଡିକର ସାନିଟାଇଜ୍ କରାଯିବ । ପରୀକ୍ଷାର୍ଥୀ  ମାନେ ବାଧ୍ୟତାମୂଳକ ମାସ୍କ ପରିଧାନ ସହ ଓଜେଇଇ ପକ୍ଷରୁ ଜାରି ହୋଇଥିବା କୋଭିଓ-୧୯ ଗାଇଡ ଲାଇନ ମାନିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ  ଦିଆଯାଇଛି । ସେହିଭଳି ଅକ୍ଟୋବର ୧୨ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ଚଳିତବର୍ଷ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି ।

   Related Posts