Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର ୧୮|୫: ଲାଟେରାଲ ଏଣ୍ଟ୍ରି ବି.ଟେକ୍ ସମେତ ଲାଟେରାଲ ଏଣ୍ଟ୍ରି ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏ ପରି ପାଠ୍ୟକ୍ରମରେ ଆଡମିଶନ ପାଇଁ ଆଜି ଅନୁଷ୍ଠିତ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ । ଅଫଲାଇନରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ରାଜ୍ୟର ୨୦ଟି ସହରରେ ୫୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୧୩ଟି ପରୀକ୍ଷାକେନ୍ଦ୍ର ହୋଇଥିବା ବେଳେ କଟକ, ବାଲେଶ୍ବରରେ ୪ଟି ଲେଖାଏଁ ପରୀକ୍ଷାକେନ୍ଦ୍ର ହୋଇଛି ।

ଏଥିସହ ରାୟଗଡ଼ା, ସମ୍ବଲପୁର, ଢେଙ୍କାନାଳ, ଭଦ୍ରକ, ରାଉରକେଲା, ବ୍ରହ୍ମପୁର ଆଦି ସହରରେ ୨୯ ହଜାର ୯୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପୁରୀ ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରକୁ ଏସସିଏସ୍ ସ୍ବୟଂଶାସିତ ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ।  ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ଯାଏଁ ଚାଲିବ ।

95 Views

   ସମ୍ବନ୍ଧିତ ଖବର