Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ଲାଞ୍ଜିଗଡରେ କୁହୁଳୁଛି ନିଆଁ : ଆତଙ୍କିତ ରାଜ୍ୟ ଶିଳ୍ପ ନିରାପତ୍ତା ସୁରକ୍ଷାକର୍ମୀ, ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ବସିଛନ୍ତି ଧାରଣାରେ

24/03/2019 at 4:57 PM

ଭବାନୀପାଟଣା ୨୪|୩ (ମହମ୍ମଦ ଅସଲମ) : ଲାଞ୍ଜିଗଡ଼ ରିଫାଇନାରୀ ମୁଖ୍ୟ ଫାଟକରେ ଖଣ୍ଡଯୁଦ୍ଧକୁ ନେଇ ୬ ଦିନ ହେଲା ଲାଗି ରହିଛି ଚାପା ଉତ୍ତେଜନା । ଜନ ଅସନ୍ତୋଷ କୁହୁଳୁଥିବାରୁ ଭୟରେ ରାଜ୍ୟ ଶିଳ୍ପ ନିରାପତ୍ତା ସୁରକ୍ଷାକର୍ମୀ । ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଓଆଇଏସ୍‌ଏଫ୍ ଯବାନ ଗତକାଲିଠୁ କାମ ବନ୍ଦ କରି କମ୍ପାନୀ ଆଗରେ ଧାରଣାରେ ବସିଛନ୍ତି ।

ସୁରକ୍ଷାକୁ ନେଇ ଚିନ୍ତାରେ ରାଜ୍ୟ ଶିଳ୍ପ ପିରାପତ୍ତା ସୁରକ୍ଷାକର୍ମୀ । ଲାଞ୍ଜିଗଡ଼ରେ ଗତ ୧୮ ତାରିଖରେ ଘଟିଥିବା ଘଟଣାକୁ ନେଇ ଘାରିଛି ଅଜଣା ଭୟ । ସ୍ଥାନୀୟ ଅଞ୍ଚଳରେ କୁହୁଳୁଥିବା ପୁଞ୍ଜିଭୂତ ଅସନ୍ତୋଷକୁ ଦେଖି ଆତଙ୍କିତ ୩ ଶହରୁ ଅଧିକ ସୁରକ୍ଷା କର୍ମୀ । ଦୁଇ ଦିନ ହେଲା କାମ ବନ୍ଦ କରି ବସିଛନ୍ତି ଧାରଣାରେ । ଅନ୍ୟତ୍ର ବଦଳି ଦାବିରେ କମ୍ପାନୀ ଫାଟକ ଆଗରେ ବସିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ ଶାନ୍ତି କମିଟି ବୌଠକ ଡାକି ମାମଲା ନିୟନ୍ତ୍ରଣାଧିନ ରହିଥିବା କହିଛନ୍ତି । ଏଥିରେ କିନ୍ତୁ ଭାରସା କରିପାରୁନାହାନ୍ତି ସୁରକ୍ଷା କର୍ମୀ ।  ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟଦ୍ର ସ୍ଥାନାନ୍ତର ଦାବି କରିଛନ୍ତି ।

ଗତ ୧୮ ତାରିଖରେ ଲଞ୍ଜିଗଡ଼ରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ସୁରକ୍ଷା କର୍ମୀ ଓ ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ କୁହୁଳୁଛି । ଓଆଇଏସଏଫ ଯବାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି ସ୍ଥାନୀୟ ଲୋକ ।

କଳାହାଣ୍ଡି ଜିଲ୍ଲାପାଳ କିନ୍ତୁ କହିଛନ୍ତି ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଭୟଭୀତ ହେବାର କାରଣ ନାହିଁ । ପ୍ରଶ୍ନ ହେଉଛି ଯଦି ସ୍ଥିତି ନିୟନ୍ତ୍ରଣାଧିନ ରହିଛି ତେବେ ସୁରକ୍ଷାକର୍ମୀ ନିଜକୁ ଏତେ ଅସୁରକ୍ଷିତ ମଣୁଛନ୍ତି କାହିଁକି ?  

   Related Posts