Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସମୁଦ୍ର କୂଳରେ ମଲା କଇଁଚ : ବନ ବିଭାଗର ଦେଖାନାହିଁ, ଗାତ କରି ପୋତୁଛନ୍ତି ସ୍ଥାନୀୟଲୋକ

24/01/2020 at 11:48 AM

ଖଲ୍ଲିକୋଟ ୨୪।୦୧: ସମୁଦ୍ର କୂଳରେ ପଡିରହିଛନ୍ତି ଅଲିଭ ରିଡେଲ କଇଁଚ । ଗଞ୍ଜାମ ଜିଲ୍ଲା ଗାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କୁଣ୍ଟିଆଗଡ ସମୁଦ୍ର କୂଳରେ ପଡିରହିଛି କଇଁଚମାନଙ୍କ ମୃତଦେହ । ସମୁଦ୍ରକୂଳରେ ବହୁଦିନ ହେବ ପଡିରହିବାରୁ ତାହା ପଚିଶଡି ସମୁଦ୍ରକୂଳ ଗନ୍ଧମୟ ହେଉଛି । କିଛି କିଛି ସ୍ଥାନରେ କୁକୁର ଝୁଣି ଝୁଣି ଖାଉଥିବାର ଦେଖିବାକୁ ମିଳିଛି ।

ସରକାର ଅଲିଭ ରିଡେଲ କାଇଁଚଙ୍କ ସୁରକ୍ଷା ପାଇଁ ବହୁ ପଦେକ୍ଷପ ନେଉଛନ୍ତି । କିନ୍ତୁ ବନବିଭାଗର ଆନ୍ତରିକତା ଅଭାବରୁ କଇଁଚଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମୁଦ୍ରକୂଳରେ ଉକ୍ତ ସ୍ଥାନମାନଙ୍କରେ ବନବିଭାଗର  ଅସ୍ଥାୟୀ କ୍ୟାମ୍ପ କରାଯାଇଥିଲେ ବି କୈ।ଣସି କର୍ମଚାରୀ ସେଠାରେ  ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି। ସେହିପରି ଗତଥର କୌଣସି କାରଣ ବଶତଃ  ଅଲିଭ ରିଡେଲ କଇଁଚ ଅଣ୍ଡା ଦେବାପାଇଁ ମୁହାଣକୁ ଆସିନଥିବା ବେଳେ ଚଳିତଥର ଆସିବାର ସମ୍ଭାବନା ରହିଛି। ତେଣୁ ଏହି ଦୃଷ୍ଟିରୁ ସମୁଦ୍ରକୂଳ ସଫା ରଖବାକୁ ବନବିଭାଗକୁ କୁହାଯାଇଛି ।

ସମୁଦ୍ରକୂଳରେ ବହୁ ମାତ୍ରାରେ ଆବର୍ଜନା ପଡିଥିବାର ଦେଖିବାକୁ ମିଳୁଛି। କଇଁଚମାନଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ କିଛି ଲୋକ ଟ୍ରଲର ମାଡରେ ମୃତ୍ୟୁ ହୋଇଥିବା ଆଶଙ୍କା କରୁଛନ୍ତି । ନିକଟରେ ଥିବା ବଟେଶ୍ବର ମନ୍ଦିର ବହୁ ମାତ୍ରରେ ପର୍ଯ୍ୟଟକମାନେ ଆସିଥାନ୍ତି । ସେମାନେ ସମୁଦ୍ରକୁ କୂଳକୁ ବୁଲିବାକୁ ଯିବା ସମୟରେ ମଲା କଇଁଚଙ୍କ ଦୁର୍ଗନ୍ଧ ଆସୁଥିବାରୁ ସେଠାରୁ ମୁହଁ ଫେରାଇ ଦେଉଛନ୍ତି। ଯାହାଫଳରେ ସ୍ଥାନୀୟ ଲୋକ ବାଧ୍ୟ ହୋଇ ମଲା କଇଁଚ ଗୁଡିକୁ ନିଜେ ଗାତ ଖୋଳି ପୋତୁଛନ୍ତି।  

   Related Posts