Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଭୟଙ୍କର ଶବ୍ଦ କରି ଫାଟିଲା ଅଏଲ ଟ୍ୟାଙ୍କର, ତେଲ ସଂଗ୍ରହ କରିବାକୁ ଯାଇ ଜୀଅନ୍ତା ଜଳିଗଲେ ୯୧ ଜଣ

6/11/2021 at 3:51 PM

ନୂଆଦିଲ୍ଲୀ ୦୬/୧୧: ପଶ୍ଚିମ ଆଫ୍ରିକାର ସିଏରା ଲିଓନରେ ଭୟଙ୍କର ବିସ୍ଫୋରଣ ଘଟିଛି। ଦେଶର ରାଜଧାନୀ ଫ୍ରିଟାଉନ୍‌ରେ ତେଲ ଟ୍ୟାଙ୍କର ବିସ୍ଫୋରଣ ଘଟି ପାଖାପଖି ୯୧ ଜଣଙ୍କ ଜୀବନ ଯାଇଛି । ଏନେଇ ନ୍ୟୁଜ ଏଜେନ୍ସି ଏଏଫପି ପକ୍ଷରୁ ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମୃତକଙ୍କୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଫ୍ରିଟାଉନ୍‌ର ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଅନୁସାରେ ୯୧ ମୃତଦେହ ଉଦ୍ଧାର ହୋଇଛି ।

୪୦ ଫୁଟ ଲମ୍ବର ତେଲ ଟ୍ୟାଙ୍କର ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଯିବା ପରେ ବିସ୍ଫୋରଣ ହୋଇଥିଲା। ତେଲ ଟାଙ୍କର ଫାଟିବା ପରେ ଲୋକେ ତେଲ ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିବା ବେଳେ ହିଁ ପୁଣି ଥରେ ବିସ୍ଫୋରଣ ହୋଇଥିଲା ବୋଲି ପୋର୍ଟ ସିଟିର ମେୟର କହିଛନ୍ତି ।

ଜଳିଯାଇଥିବା ଶବ ଏବେ ଉଦ୍ଧାର ହେଉଥିବା ବେଳେ ସେଠାକାର ସ୍ଥିତି ଭୟାବହ ହୋଇପଡ଼ିଛି । ଏନେଇ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଲୋକେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି । ପାଖରେ ଥିବା ଘର, ଦୋକାନ ଆଦି ଜଳିଯାଇଥିବା ମଧ୍ୟ ସୂଚନା ମିଳିଛି ।

   Related Posts