ଘାଟିରେ ଓଲଟିଲା ତେଲ ଟ୍ୟାଙ୍କର , ଉଭୟପଟୁ ରାସ୍ତା ସିଲ୍

Published By : Prameya-News7 Bureau | December 17, 2019 IST

ଜୟପୁର ୧୭।୧୨:  କୋରାପୁଟ ଘାଟିରେ ଓଲଟିଲା ତେଲ ଟ୍ୟାଙ୍କର । ଜାତୀୟ ରାଜପଥ ୨୬  ନିକଟରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିବା ସୂଚନା ମିଳିଛି । ଟ୍ୟାଙ୍କରରେ  ପାଖାପାଖି ୧୯ହଜାର ଲିଟର ତେଲ ଥିବା ସୂଚନା । ଦୀର୍ଘ ୨ଘଣ୍ଟା ହେଲେ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ପଡିରହିଛି ।

{"id":198704,"sizeSlug":"large"}

ଯାହାଫଳରେ କି ରାସ୍ତାର ଉଭୟପାର୍ଶ୍ବରେ ଯାତାୟାତ ଠପ୍ ରହିଛି । ତେବେ ମିଳିଥିବା ସୂଚନାନୁସାରେ ତେଲ ଟ୍ୟାଙ୍କର ତେଲ ନିଷ୍କାସନ ପରେ ହିଁ ଯାତାୟତ ସ୍ବଭାବିକ ହେବାର ଆଶଙ୍କା ରହିଛି । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପହଞ୍ଚିଲେ ଅଗ୍ନିଶମ କର୍ମଚାରୀ । ଗାଡିଟି ପେଟ୍ରୋଲ ନେଇ ବିଶାଖାପାଟନମରୁ ରାୟପୁର ଯାଉଥିଲା ।

{"id":198706,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.