Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରସାମ୍ୟ ହରାଇ ତେଲ୍ ଟ୍ୟାଙ୍କର ଦୁର୍ଘଟଣା, ଡ୍ରାଇଭର ଓ ହେଲପର ଗୁରୁତର

30/06/2020 at 8:01 AM

ଜି.ଉଦୟଗିରି ୩୦।୦୬: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍‌ପର୍‌ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ସୂଚନାଯୋଗ୍ୟ ଯେ, ଜି ଉଦୟଗିରି ଥାନାର କଳିଙ୍ଗା ନିକଟସ୍ଥ ଡି ଏ ଭି ନିକଟରେ ଦୁର୍ଘଟଣା ଘଟିଛି । ବାଲିଗୁଡାରୁ ଜଟଣୀ ଯାଉଥିବା ତେଲ ଟ୍ୟାଙ୍କର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର୍‌ ଗୁରୁତର ଥିବା ଜଣାପଡିଛି । ଉଭୟଙ୍କ ଜି.ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । କିନ୍ତୁ  ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

   Related Posts