ତାଞ୍ଜାନିଆରେ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ, ୫୭ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 10, 2019 IST

ଦାର-ଏ-ସଲାମ : ତାଞ୍ଜାନିଆର ଆର୍ଥିକ ରାଜଧାନୀ ଦାର-ଏ-ସଲାମରେ   ଶନିବାର ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହେବା ଯୋଗୁ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ତୈଳବାହୀ ଟ୍ୟାଙ୍କରଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ବେଳେ ଏଥିରୁ ଝରୁଥିବା ତେଲ ସଂଗ୍ରହ କରିବାକୁ ଆସି ଲୋକେ ପ୍ରାଣ ହରାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।

ଦୁର୍ଘଟଣା ମୋରୋଗୋରୋ ସହର ନିକଟରେ ହୋଇଛି। ଲୋକେ ପେଟ୍ରୋଲ ସଂଗ୍ରହ କରୁଥିବା ବେଳେ କେହିଜଣେ ସିଗାରେଟ ପିଉଥିଲେ। ଫଳରେ ନିଆଁଲାଗି ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟରେ ଯାଉଥିବା ଟ୍ୟାକ୍ସି,ବାଇକ୍ ଓ ଗଛ ମଧ୍ୟ ଉଡିଯାଇଛି।

ପୋଲିସ ସୂଚନା ଅନୁସାରେ ଅଧିକାଂଶ ମୃତକ ବାଇକ୍ ଓ ଟ୍ୟାକ୍ସୀ ଚାଳକ । ରାସ୍ତାରେ ଓଲଟି ପଡିଥିବା ଟ୍ୟାଙ୍କରରୁ ସେମାନଙ୍କର ଜାରକିନରେ ତେଲ ଭରିବା ଲାଗି ଟ୍ୟାଙ୍କର ଚାରିପଟେ ଗାଡି ରଖି ଭିଡ କରିଥିଲେ। ତେବେ ଅଚାନାକ ନିଆଁ ଧରିଯିବାରୁ ଦେଖୁ ଦେଖୁ ଭିଡ ଜମେଇଥିବା ଟ୍ୟାକ୍ସି ଗୋଟିକ ପରେ ଗୋଟିଏ ଜଳି ପାଉଁଷ ହୋଇଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.